ହତ୍ୟା ଅଭିଯୋଗରେ ଅଜା-ନାତୀଙ୍କ ସମେତ ୩ଗିରଫ

Get real time updates directly on you device, subscribe now.

କିଶନନଗର: କୁକୁର ଭୁକିବା ଘଟଣାକୁ କେନ୍ଦ୍ର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ୍। ଗତ ୩୧ ତାରିଖ ରାତି ୮ରୁ ୯ ମଧ୍ୟରେ ଏହି ଘଟଣା ଘଟିଥିଲା। କିଶନନଗର ଥାନା ଅଧିନସ୍ଥ ବିଶ୍ୱାଳପଡା (ବାଲିଶୁକ୍ରୀ) ଗ୍ରାମରେ ସାମାନ୍ୟ କୁକୁର ଭୋକିବାକୁ ନେଇ ୨ ପରିବାର ମଧ୍ୟରେ ବଚସା ହୋଇଥିଲା। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଝଗଡ଼ା ଉଗ୍ରରୂପ ଧାରଣ କରିଥିଲା। କୁକୁର ମାଲିକ ରାଜା ଭୋଇ ଏବଂ ତା ଅଜା ମିଶି ଏକ ହସୁଆଁ ମାଧ୍ୟମରେ ଅପରପକ୍ଷ ଉମେଶ ଭୋଇଙ୍କୁ ଅତର୍କିତ ଆକ୍ରମଣ କରିଥିଲା।
ଏହି ଘଟଣାରେ ଉମେଶ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ। ତାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ହତ୍ୟା ଘଟଣାରେ କିଶନନଗର ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ବ୍ୟବହୃତ ହସୁଆଁକୁ ମଧ୍ୟ ପୋଲିସ୍ ଜବତ କରିଥିଲା। ଏହି ଘଟଣା ପରେ ପୋଲିସ୍ ଏବଂ ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରିଥିଲା କିନ୍ତୁ ସୋମବାର ଅଭିଯୁକ୍ତ ଅଜା କାର୍ତ୍ତିକ ଭୋଇ ଏବଂ ନାତି ରାଜା ଭୋଇକୁ ପୋଲିସ୍ ଗିରଫ କରିଛି। ରାଜା ଭୋଇର ଅଜା କାର୍ତ୍ତିକ ଭୋଇ ପୂର୍ବରୁ ଏକ ହତ୍ୟା ମାମଲାରେ ୧୪ ବର୍ଷ ଜେଲ୍‌ରେ କାଟିଥିବା ଜଣାପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons