ଅନୁଗୁଳ : ନାଲକୋ ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ସ୍ଥାନୀୟ କାଣ୍ଡସର ଗାଁର ଜଣେ ଜଳଖିଆ ଦୋକାନୀଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, କାଣ୍ଡସର ଗାଁର ବସନ୍ତ ବାରିକ ପରିବା ନେଇ ଘରକୁ ଯାଉଥିବା ବେଳେ ଘରୋଇ କାରଖାନାକୁ ଶ୍ରମିକ ନେଇ ଯାଉଥିବା ବସ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ବସନ୍ତଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଘଟଣା ଖବର ପାଇ ପୋଲିସ ଘଟଣାଲସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା କମିଛି। ତେବେ ଦୁର୍ଘଟଣା ଘଟାଇଥିବା ବସ୍ଟିକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି ନାଲକୋ ପୋଲିସ।


Comments are closed, but trackbacks and pingbacks are open.