ଗାଁ ଗାଁ ବୁଲି କରୋନା ସଚେତନତା ବାର୍ତ୍ତା ବାଣ୍ଟିଲେ ଗଞ୍ଜାମ ଜିଲ୍ଲାପାଳ

Get real time updates directly on you device, subscribe now.

ଆସିକା : ଆଗକୁ ଶୀତ ବଢିବା ସହିତ କରୋନା ବଢାଇପାରେ ଭୟର ବାତାବରଣ। ଏ ନେଇ ଆଜି ଆସିକା ଗସ୍ତ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଆସିକାର ବିଭିନ୍ନ ସାହି ଓ ବସ୍ତି ଅଞ୍ଚଳରେ ପହଞ୍ଚି କରୋନା ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ଆଗାମୀ ଦିନରେ କରୋନାକୁ ନେଇ ସଚେତନ ରହିବା ନିମନ୍ତେ ପରାମର୍ଶ ଦେଲେ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ।
ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପରିଧାନ କରିବା ନିମନ୍ତେ ଭୁଲନ୍ତୁ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ। ଆସିକା ପଞ୍ଚାୟତ ସମିତି ସଭାଗୃହରେ ଏକ ଜରୁରୀ ବୈଠକ ଡକାଇ ସରପଞ୍ଚ, ସମିତି ସଭ୍ୟ ଓ ବ୍ଳକ୍ କର୍ମଚାରୀ ମାନଙ୍କୁ ଏ ସମ୍ପର୍କରେ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଉକ୍ତ ଅବସରରେ ଉପଜିଲ୍ଲାପାଳ, ଆସିକା ତହସିଲଦାର, ବିଡିଓ, ଏନ୍ ଏ ସି କାର୍ୟ୍ୟନିର୍ବାହୀ ଅଧିକାରୀ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons