ଭୁଜାଲି ଦେଖାଇ ଜାତୀୟରାଜପଥରେ ଲୁଟ୍

Get real time updates directly on you device, subscribe now.

ସୋର: ଭୁଜାଲି ଦେଖାଇ ୫ ଶହ ଗ୍ରାମର ସୁନା ଲୁଟି ନେଲେ ଦୁର୍ବୃତ୍ତ। ଦୁର୍ବୃତ୍ତମାନେ ପଲସର ବାଇକ୍‌ରେ ଆସି ଆତଙ୍କ ସୃଷ୍ଟି କରିଥିଲେ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଜଣେ ସୁନା କାରିଗର ପ୍ରାୟ ୫ ଶହ ଗ୍ରାମର ସୁନା ଧରି ଯିବା ବେଳେ ଏହି ଲୁଟ୍ ହୋଇଥିଲା।
କାରିଗର ଜଣଙ୍କ ପ୍ରାୟ ୫ ଶହ ଗ୍ରାମର ସୁନା ଅଳଙ୍କାର ନିର୍ମାଣ କରି ବାଲେଶ୍ବରରେ ବିଭିନ୍ନ ସୁନା ଦୋକାନୀଙ୍କୁ ଦେବାଲାଗି ଯାଉଥିଲେ। ଠିକ୍ ସେହି ସମୟରେ ୧୬ନଂ ଜାତୀୟ ରାଜପଥ ପାଇକାଳିଠାରେ ଗହଣା କାରିଗରଙ୍କ ଠାରୁ ଦୁର୍ବୃତ୍ତମାନେ ସୁନା ଲୁଟି ନେଇଥିଲେ। ଚୋରି ସୁନାର ମୂଲ୍ୟ ପାଖାପାଖି ୨୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏ ନେଇ ସୋର ଥାନାରେ ଏତଲା ଦେଇଛନ୍ତି ସୁନା କାରିଗର।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons