କୁନ୍ଦୁରା,(ବି.ବି.ନୁ୍ୟଜ୍): କୁନ୍ଦୁରା ବ୍ଲକ ଲିମା ଓ ଘିଉରିଆଗୁଡା ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ୫୭୦ ଲିଟର ଦେଶୀ ମଦ ଜବତ କରାଯିବା ସହ ୧୦ହଜାର ମହୁଲ ପୋଚ ନଷ୍ଟ କରାଯାଇଛି । ବିଭାଗୀୟ କର୍ମଚାରୀଙ୍କୁ ଦେଖି ମଦ କାରବାରରେ ସମ୍ପୃକ୍ତ ବ୍ୟକ୍ତିମାନେ ଫେରାର୍ ହୋଇଯାଇଥିଲେ । ଏହି ଚଢଉରେ ବୈପାରିଗୁଡା ଅବକାରୀ ଅଧିକାରୀ ସନ୍ତୋଷକୁମାର ପାଉଲେ, ଏଏସଆଇ ରଶ୍ମିରଞ୍ଜନ ନାୟକ, ମନୋଜ ପ୍ରଧାନ, ସତ୍ୟସୁବନ ପାତ୍ର, ହୀରାମଣି ଭତ୍ରା ପ୍ରମୁଖ ସାମିଲ ହୋଇଥିଲେ । ବିଭାଗୀୟ ଅଧିକାରୀ ଶ୍ରୀ ପାଉଲେ କହିଛନ୍ତି, ଲିମା, ଗୁଣ୍ଡାଳ, ଆସନା, ଫୁଲଭଟ୍ଟା, ମଶିଗାଁ, ପକନାଗୁଡା ପଞ୍ଚାୟତଗୁଡିକରେ ଦେଶୀମଦ ରନ୍ଧା ବନ୍ଧ ହେଉ ନାହିଁ । ତେଣୁ ଏପିଆର ଫୋର୍ସ ସହ ଆଜିଠାରୁ ଚଢଉ ଆରମ୍ଭ କରାଯାଇଛି । ଲୋକେ ସଚେତନ ହୋଇ ପୁଲିସ ଓ ଅବକାରୀ କର୍ମଚାରୀଙ୍କୁ ସହାୟତା କଲେ ଅଞ୍ଚଳରୁ ଦେଶୀ ମଦ ବନ୍ଦ ହୋଇପାରିବ ବୋଲି ସେ କହିଛନ୍ତି ।


Comments are closed, but trackbacks and pingbacks are open.