ପଥର ଖାଦାନରେ ନିଷିଦ୍ଧାଞ୍ଚଳ ବୋର୍ଡ

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ): ସ୍ଥାନୀୟ ଓକିଲଗୁଡା ପଥର ଖାଦାନ ବିସ୍ଫୋରଣ ଘଟଣାରେ ୩ଜଣଙ୍କ ମୃତୁ୍ୟ ଘଟିବା ପରେ ପ୍ରଶାସନ ସଜାଗ ହୋଇ ଉଠିଛି । ଦଶହରା ଛୁଟି ପାଇଁ କିଛିଦିନ ନିରବ ରହିବା ପରେ ରାଜସ୍ୱ ବିଭାଗ ପୁଣି ଚେଇଁ ଉଠିଛି । ଏବେ ଓକିଲଗୁଡାରେ ଥିବା ଗୁଣପୁର-୧ ପଥର କୁଆରି ସମେତ ତହସିଲର ଅନ୍ୟ ଲିଜ୍ ଚୁକ୍ତି ହୋଇ ନଥିବା କୁଆରି ଅଞ୍ଚଳରେ ନିଷିଦ୍ଧାଞ୍ଚଳ ବୋର୍ଡ ଲଗାଯାଇଛି । ଏସବୁ ପଥର କୁଆରିରୁ ଉତ୍ତୋଳନ ପାଇଁ ମଧ୍ୟ ବାରଣ କରାଯାଇଛି । ଫଳରେ ସବୁଠାରେ ଖାଁ ଖାଁ ପରିବେଶ ଦେଖାଦେଇଛି । କୁଆରିରେ ନା ଶ୍ରମିକ ନା ଯାନବାହାନ କିଛି ବି ଦେଖାଯାଉନି ।
ସୂଚନା ଥାଉ କି ଓକିଲଗୁଡା ବିସ୍ଫୋରଣ ଘଟଣା ପରେ ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଥିଲା । ବିସ୍ଫୋରଣ ହୋଇଥିବା ବେଆଇନ ପଥର କୁଆରି ଲିଜଧାରୀଙ୍କ ପରିବାରର ୩ଜଣଙ୍କୁ ଗିରଫ କରାଯାଇଥିଲା । ହେଲେ ଥାନାଠାରୁ କମଦୂରରେ ଏଭଳି ବେଆଇନ କାରବାର ଚାଲିଥିଲେ ମଧ୍ୟ ପୁଲିସ ବିରୋଧରେ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରାଯାଇ ନାହିଁ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତ ୧୬ ତାରିଖରେ ଏହି ଘଟଣା ଘଟିବା ପରେ ଆଜକୁ ପ୍ରାୟ ୨୦ ଦିନ ବିତିଗଲାଣି । ତଥାପି ପୁଲିସ ବିଭାଗ ଏହି ଘଟଣାରେ ପୂରା ନିରବଦ୍ରଷ୍ଟା ସାଜିଛି । ଲମ୍ବା ସମୟ ଧରି ପୁଲିସର ଅବହେଳା ଓ କୋହଳ ନୀତି ପାଇଁ ବିସ୍ଫୋରକ ସାମଗ୍ରୀ ଗୁଣପୁର ଅଞ୍ଚଳକୁ ଆସୁଥିଲା ବୋଲି ଅଭିଯୋଗ ହୋଇଛି । ବେଆଇନ ଭାବେ ରୀତିମତ ବିସ୍ଫୋରଣ କରାଯାଇ ବିଭିନ୍ନ ଖାଦାନରେ ପଥର ଉତ୍ତୋଳନ ହେଉଥିବା କଥା ପଦାକୁ ଆସିଥିଲେ ମଧ୍ୟ କାର୍ଯ୍ୟାନୁÂାନ ଗ୍ରହଣ କରା ନଯିବାକୁ ନେଇ ଅଞ୍ଚଳବାସୀ ବିଭାଗୀୟ କାର୍ଯ୍ୟଶୈଳୀକୁ ନେଇ ଅଙ୍ଗୁଳି ନିଦେ୍ର୍ଧଶ କରିଛନ୍ତି । ଲକ୍ ଡାଉନ ଓ ସଟ୍ ଡାଉନ କଟକଣା ମଧ୍ୟରେ ବି ପୁଲିସର ନଜରକୁ ପାରକରି ସ୍ଥାନୀୟ ଅଞ୍ଚଳର କୁଆରିକୁ ବିସ୍ଫୋରକ ସାମଗ୍ରୀ କିପରି ପହଞ୍ଚିଲା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଏତେସବୁ ପରେ ମଧ୍ୟ ବିଭାଗୀୟ ଉପରିସ୍ଥ ଅଧିକାରୀମାନେ ନିରବ ରହିଲେ । ଏସପି ଡ. ଶ୍ରବଣା ବିବେକ ଏମ୍ ଏହି ଘଟଣାରେ ନିକଟରେ ଏଠାରୁ ବଦଳି ହୋଇଥିବା ଆଇଆଇସି ରଶ୍ମୀରଂଜନ ପ୍ରଧାନଙ୍କ ସମେତ ଅନ୍ୟ କେତେକ ଅଧିକାରୀଙ୍କୁ କୈଫିୟତ ମାଗିଥିବା କହିଥିଲେ । ହେଲେ ଏନେଇ ଆଇଆଇସି ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ଏସପିଙ୍କ କଥାରେ ସେ ଅରାଜି ହୋଇଛନ୍ତି । ସେଭଳି କୌଣସି କୈଫିୟତ ତାଙ୍କୁ ମଗା ଯାଇନାହିଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ପୁଲିସ ପାଇଁ ଏହି ଘଟଣାର ଗୁରୁତ୍ୱ କମିବାରେ ଲାଗିଛି । ଏବେ ରାଜସ୍ୱ ବିଭାଗ ପକ୍ଷରୁ ପଥର ଖାଦାନଗୁଡିକରେ ନିଷିଦ୍ଧାଞ୍ଚଳ ବୋର୍ଡ ଲଗାଯାଇ ଗୁରୁତ୍ୱ ଦିଆଯାଉଥିବା ବେଳେ ପୁଲିସ ବିଭାଗ କାହିଁକି ଗୁରୁତ୍ୱ ଦେଉନି ବୋଲି ସାଧାରଣରେ ଆଲୋଚନା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons