କୁକୁଡାଖଣ୍ଡି: କରୋନା କଟକଣାକୁ ବେଖାତିର। କରୋନା କଟକଣାକୁ ବେଖାତିର କରି କୁକୁଡାଖଣ୍ଡି ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସେହି ଗ୍ରାମର ପି.ସୁବାଷ ନାମକ ଜଣେ ବ୍ୟକ୍ତି ୨ ହଜାର ଲୋକଙ୍କ ଲାଗି ଏକ ଭୋଜିର ଆୟୋଜନ କରିଥିଲେ।
ଏହି ଘଟଣା ସଂପର୍କରେ କୁକୁଡାଖଣ୍ଡି ତହସିଲଦାର ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ପାଇବା ପରେ ସ୍ଥାନୀୟ ପୋଲିସ ସହାୟତାରେ ଚଢ଼ାଉ କରିଥିଲେ। ଏଥିସହ ରନ୍ଧା ସାମଗ୍ରୀ ଜବତ କରିଥିଲେ ଓ
ନିୟମ ଅବମାନନାକାରୀଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଟାନ ନେବା ପାଇଁ ସାଧାରଣରେ ଦାବି ହେଉଛି। କୁକୁଡାଖଣ୍ଡିର କିଛି ରାଜନୈତିକ ବ୍ୟକ୍ତିଙ୍କ ସହାୟତାରେ ଏହି ଭୋଜି ଆୟୋଜନ ଚାଲିଥିବା ସୂଚନା ମିଳିଛି ଓ


Comments are closed, but trackbacks and pingbacks are open.