ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ। ବ୍ୟାପକ ପରିମାଣରେ ମଦରନ୍ଧା ସରଞ୍ଜାମ, ଦେଶୀ ମଦ ଜବତ କରିବା ସହ ପ୍ରଚୁର ପରିମାଣରେ ମହୁଲପୋଚ ମଧ୍ୟ ନଷ୍ଟ କରାଯାଇଛି।
ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ପିଠାକୁଟୁଣି ଓ ରାଖାସାହି ଗ୍ରାମରୁ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି। ଚଢ଼ାଉରେ ବ୍ୟାପକ ପରିମାଣର ମଦରନ୍ଧା ସରଞ୍ଜାମ ଜବତ କରିବା ସହ ୮୦ ଲିଟର ଦେଶୀ ମଦ ଜବତ କରାଯାଇଛି ।
ତା ସହିତ ମୋଟ୍ ୨୬୦୦ କିଲୋଗ୍ରାମ ମହୁଲ ପଚ ମଧ୍ୟ ନଷ୍ଟ କରାଯାଇଛି। ଅବକାରୀ ବିଭାଗର ଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ଧାରୁଆଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ ସଦଳ ବେଳେ ଚଢ଼ାଉ କରିଥିବା ଜଣାପଡିଛି।


Comments are closed, but trackbacks and pingbacks are open.