ବାଲେଶ୍ୱର,(ବି.ବି.ନୁ୍ୟଜ୍): ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହୋଇଥିବା ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଶୁକ୍ରବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ତାଙ୍କ ନିଲମ୍ବନ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦୀର୍ଘ ଦିନ ହେବ କିଛି ଦଳୀୟ ନେତାଙ୍କ ଦ୍ୱାରା ସେ ମାନସିକ ନିର୍ଯାତିତ, ଲାଞ୍ଚିତ, ଅପମାନିତ ହୋଇ ଦୁଃଶ୍ଚିତାରେ ଥିଲେ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଦଳରୁ ନିଲମ୍ବିତ କରି ଏଭଳି ନିର୍ଯାତନାରୁ ମୁକ୍ତି ଦେଇଥିବା ସେ କହିଛନ୍ତି ।
ଶ୍ରୀ ଦାଶ ଆହୁରି କହିଛନ୍ତି, ଦଳର କିଛି ନେତାଙ୍କ ଷଡ଼ଯନ୍ତ୍ରରେ ସେ ଶିକାର ହୋଇଛନ୍ତି । ମୋ ବିରୋଧରେ ଯେଉଁ ସବୁ ଆରୋପ, ପ୍ରତ୍ୟାରୋପ, ଅଭିଯୋଗ ଆସୁଛି ତାହା ଭିତ୍ତିହୀନ । ଅଭିଯୋଗ ଉପରେ ଶୃଙ୍ଖଳା କମିଟି ତଦନ୍ତ କରିବା ପରେ କାରଣ ଦର୍ଶାଅ ନୋଟିସ୍ ଦେବାର ଥିଲା । ଏହା ଫଳରେ ମତ କିମ୍ବା ପକ୍ଷ ରଖିବାର ଅଧିକାର ମୋତେ ମିଳିଥାନ୍ତା । ତାହା କରା ନ ଯାଇ ବେଆଇନ ଭାବେ ବିନା କାରଣ ଦର୍ଶାଅ ନୋଟିସ୍ରେ ଦଳରୁ ନିଲମ୍ବନ କରାଯାଇଛି ବୋଲି ସେ କହିଛନ୍ତି ।
ବିଜେଡିରେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ଅତୀତରେ ନିÂାର ସହ କାମ କରିଆସିଥିବା ଶ୍ରୀ ଦାଶ କହିଛନ୍ତି । ବିଜେପି, ବିଜେଡି ମେଣ୍ଟ ଭାଙ୍ଗିବା ପରେ ସଦର ନିର୍ବାଚନମଣ୍ଡଳୀରେ ବିଜେଡି ୩ୟ ସ୍ଥାନରେ ଥିଲା । ବହୁ କଷ୍ଟ କରି ଦଳକୁ ୧ ନମ୍ବରକୁ ଆଣିବା ସହ ୨ ଥର ବିଧାୟକ ହୋଇଥିଲି । ପରବର୍ତ୍ତୀ ସମୟରେ ଦଳ ୨ ଥର ବ୍ଲକ ଚେୟାରମ୍ୟାନ, ପ୍ରଥମଥର ପାଇଁ ବାଲେଶ୍ୱର ମୁ୍ୟନିସିପାଲିଟି ଚେୟାରମ୍ୟାନ ପଦବି ଅକ୍ତିଆର କରିଥିଲା । ଗତ ନିର୍ବାଚନରେ ପରାସ୍ତ ପ୍ରାର୍ଥୀଙ୍କୁ ଉପନିର୍ବାଚନରେ ଟିକଟ ମିଳିବନି ବୋଲି ଦଳ ନିଷ୍ପତ୍ତି ଶୁଣାଇବା ପରେ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲି । ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଅଣ୍ଟା ଭିଡ଼ିଥିଲି । ଦଳ ଯେତିକି ଦାୟିତ୍ୱ ଦେଇଥିଲା, ତାହାକୁ ସୁଚାରୁ ରୂପେ ସମ୍ପାଦନ କରୁଥିଲି ।
ଏହା ସତ୍ତେ୍ୱ ଦଳର କିଛି ନେତାଙ୍କ କୋଣଠେସାର ଶିକାର ହୋଇଥିଲି । ଏମିତିକି ଉପନିର୍ବାଚନର ସମସ୍ତ ସଭାସମିତିକୁ ମୋତେ ଡକାଯାଉନଥିଲା । ଦଳର ସଭାପତି ଶ୍ରୀ ପ;ନାୟକଙ୍କ ମୁହଁକୁ ଚାହିଁ ସବୁ କାମ କରୁଥିଲି । ମାତ୍ର ଏକ ମିଥ୍ୟା ଷଡ଼ଯନ୍ତ୍ର ରଚାଯାଇ ମୋତେ ଦଳରୁ ନିଲମ୍ବନ କରାଗଲା । ଶୃଙ୍ଖଳା କମିଟି କିମ୍ବା ଦଳ ସଭାପତି ମୋତେ ପକ୍ଷ ରଖିବାକୁ ସୁଯୋଗ ଦେଇଥିଲେ ଖୁସି ହୋଇଥା’ନ୍ତି ବୋଲି ସେ କହିଛନ୍ତି । ୨୦୦୯, ୨୦୧୪, ୨୦୧୯ ସାଧାରଣ ନିର୍ବାଚନରେ ବିଧାୟକ ଟିକଟ ଦେଇଥିବାରୁ ସେ ଦଳର ସଭାପତି ଶ୍ରୀ ପ;ନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହ ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଉଥିବା ସେ ସ୍ପଷ୍ଟ କରିଛନ୍ତି ।


Comments are closed, but trackbacks and pingbacks are open.