୬ ଗିରଫ, ଲକ୍ଷାଧିକ ଟଙ୍କା ଜବତ

Get real time updates directly on you device, subscribe now.

ଝାରସୁଗୁଡ଼ା,(ବି.ବି.ନୁ୍ୟଜ): ଆଇପିଏଲ୍ କ୍ରିକେଟ୍ ଖେଳ ଯେତିକି ରୋମାଞ୍ଚକର ହେଉଛି ସେତିକି ଅଧିକ ବେଟିଂ ବଢ଼ିବାରେ ଲାଗିଛି । କଟକ ଏବଂ ବ୍ରହ୍ମପୁର, ସମ୍ବଲପୁର ଭଳି ସ୍ଥାନରୁ ଆଇପିଏଲ୍ ବେଟିଂ କାରବାର ଧରାପଡ଼ିବା ପରେ ଶିଳ୍ପ ନଗରୀ ଝାରସୁଗୁଡ଼ା ନିକଟ ବେଲପାହାଡ଼ର ଏକ ହୋଟେଲରୁ ଆଇପିଏଲ୍ ବେଟିଂ କାରବାର ଧାରାପଡ଼ିଛି । ବେଲପାହାଡ଼ର ଏକ ହୋଟେଲରେ ଅନ୍ଲାଇନ୍ ଓ ଫୋନ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ବେଟିଂ ଚାଲିଥିବା ବେଳେ ପୁଲିସ୍ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ରାଜ୍ୟ ରାୟଗଡ଼ ଜିଲ୍ଲାର ପ୍ରଦୀପ ପଟେଲ, ଆରିଫ ଅହମ୍ମଦ, ମହମ୍ମଦ ୱାସିମ, ବିଜୟ ଶର୍ମା, ଶେର ଖାନ ଓ ଜଗନ୍ନାଥ ସିଂହ । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଲେପ୍ଟପ୍, ଦୁଇଟି ଟେବ୍ଲେଟ୍, ୨୦ଟି ମୋବାଇଲ, ୧ ଲକ୍ଷ ୧୩୦୦ ଟଙ୍କା ଓ ଏକ କାର (ସିଜି ୧୩ ୱାଇ ୧୩୫୬) ଜବତ କରିଛି ପୁଲିସ୍ । ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
ଗତକାଲି ବିଳମ୍ୱିତ ରାତିରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲପାହାଡ଼ ପୁଲିସ୍ ସହରର ଏକ ହୋଟେଲରେ ଚଢ଼ଉ କରିଥିଲା । ଗିରଫ ଅଭିଯୁକ୍ତମାନେ ଦୁଇଦିନ ତଳେ କୋଲକାତାରୁ କାର୍ ଯୋଗେ ବେଲପାହାଡ଼କୁ ଆସିଥିଲେ । ସେମାନେ ହୋଟେଲରେ ତିନୋଟି ରୁମ୍ ବୁକ୍ କରି ରହୁଥିଲେ । ଏହି ଆଇପିଏଲ୍ ବେଟିଂ କରୁଥିବା ଲୋକେ ଛତିଶଗଡ଼ ରାୟଗଡ଼ର ହୋଇଥିବା ବେଳେ ସେମାନେ ଦେଶର ବିଭିନ୍ନ ସହରରେ ବୁଲି ଅନ୍ଲାଇନ୍ ଯୁଆ ଖେଳ କରୁଥିଲେ । ଏମାନଙ୍କ ସମସ୍ତ କାରବାର ଫୋନ ମାଧ୍ୟମରେ ହେଉଥିବା ବେଳେ ଏହି ସବୁ କାରବାର ଅନ୍ଲାଇନ୍ ୱେବ୍ସାଇଟ୍ ଓ ମୋବାଇଲ ଆପ୍ରେ ପରିଚାଳିତ ହୁଏ । ଏହି ସ;ା ବେଟିଂର ଚେର ବିଦେଶ ପର୍ଯ୍ୟନ୍ତ ଲମ୍ବିଛି । ବିଦେଶରୁ ଏହି ଅନ୍ଲାଇନ୍ ଜୁଆ ପରିଚାଳିତ ହେଉଥିବା ଜଣାପଡ଼ିଛି । ବେଲପାହାଡ଼ ପୁଲିସ୍ ଏ ଦିଗରେ ଅଧିକ ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons