ବନ୍ଧୁକ ସହ ମାରଣାସ୍ତ୍ର ଜବତ, ୪ ଗିରଫ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଏକ ବଡ଼ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ଟାଉନ୍ ପୁଲିସ୍ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନେ ହେଲେ ଖାତିଗୁଡା ଥାନା ଅଞ୍ଚଳର ସୁଶାନ୍ତ ରାଉତ, କାହ୍ନୁଚରଣ ସାହୁ, ନବରଙ୍ଗପୁର ଗାଦବାଗୁଡାର ଗୌତମ ଦାସ ଏବଂ ଆର.କେ କଲୋନୀର ଗୋପିନାଥ ମଲ୍ଲିକ । ସେମାନଙ୍କ ପାଖରୁ ଗୋଟିଏ ଏୟାରଗନ୍, ଗୋଟିଏ ଟାଙ୍ଗିଆ, ଗୋଟିଏ ଲୁହାରଡ୍, ୨ଟି ଠେଙ୍ଗା, ୪ଟି ମୋବାଇଲ ଓ ୨ଟି ବାଇକ୍କୁ ଟାଉନ୍ ପୁଲିସ୍ ଜବତ କରିଛି ।
ଶୁକ୍ରବାର ରାତି ପ୍ରାୟ ଗୋଟାଏ ବେଳେ ନବରଙ୍ଗପୁର ଥାନା ହିର୍ଲି ନିକଟ ନୂତନ ମଣ୍ଡେଇ ପଡିଆରେ ୬ ଜଣ ଦୁବୃର୍ତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ଡକାୟତି କରିବାକୁ ଯୋଜନା କରୁଥିଲେ । ଏ ସଂପର୍କରେ ଖବର ପାଇଥିଲା ଟାଉନ୍ ପୁଲିସ । ସଂଗେ ସଂଗେ ନୂତନ ମଣ୍ଡେଇ ପଡିଆ ନିକଟରେ ପହଞ୍ଚିଥିଲା । ପୁଲିସ୍ ଗାଡିକୁ ଦେଖି ୬ ଜଣଙ୍କ ମଧ୍ୟରୁ ୨ ଜଣ ଫେରାର୍ ହୋଇଯାଇଥିଲେ । ୪ ଜଣଙ୍କୁ କାବୁ କରିଥିଲା ପୁଲିସ୍ । ସେମାନଙ୍କ ନାଁରେ ଆଗରୁ ବହୁ ମାମଲା ରହିଥିବା ତଦନ୍ତକାରୀ ଅଧିକାରୀ ରାକେଶ ବେହେରା କହିଛନ୍ତି । ଏ ସଂପର୍କରେ ନବରଙ୍ଗପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons