ଆନନ୍ଦପୁର : ପେଜ କଡେଇରେ ପଡି ଶିଶୁ କନ୍ୟା ଗୁରୁତର । ଶିଶୁ କନ୍ୟାକୁ ଗୁରୁତର ଭାବେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବଞ୍ଚୋ ଗାଁରେ ଘଟଣା ।
ଖବର ଅନୁଯାୟୀ, ଆଜି ଚିତରଞ୍ଜନଙ୍କ ପତ୍ନୀ ଭାତ ରାନ୍ଧିବା ପରେ ଗରମ ପେଜକୁ ଡେକ୍ଚିରେ ରଖିଥିଲେ। ଏହି ସମୟରେ ଝିଅ ଖେଳୁଥିବା ସମୟରେ ହଠାତ୍ ଗରମ ପେଜରେ ପଡିଯାଇଥିଲେ । ଦେଢ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଚିତରଞ୍ଜନ ବରାଳଙ୍କ ଝିଅ ଲକ୍ଷ୍ମୀପ୍ରିୟାକୁ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ।


Comments are closed, but trackbacks and pingbacks are open.