୧୨ମୃତ ବିଦେଶୀ ପକ୍ଷୀ ଜବତ, ୨ ଶିକାରୀ ଗିରଫ

Get real time updates directly on you device, subscribe now.

ଟାଙ୍ଗୀ, (ବି.ବି.ନୁ୍ୟଜ୍): ଶୀତ ଦିନ ଆରମ୍ଭ ହୋଇଥିବାବେଳେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇଛି । ସ୍ଥାନୀୟ ପକ୍ଷୀ ଶିକାରୀ ଏହାର ସୁଯୋଗ ନେଇ ତପôର ହୋଇ ଉଠିଛନ୍ତି । ପ୍ରଶାସନ ପକ୍ଷରୁ ପକ୍ଷୀ ଶିକାରକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ବି ଶିକାରୀମାନେ ଚତୁରତାର ସହ ଏହାକୁ ଏଡ଼ାଇ ପକ୍ଷୀ ଶିକାର କରୁଛନ୍ତି । ଆଜି ଟାଙ୍ଗୀ ରେଞ୍ଜର ଏକ ସ୍ଥାନରେ ପକ୍ଷୀ ଶିକାର ହେଉଥିବା ବନବିଭାଗ ସୂଚନା ପାଇଥିଲା । ପରେ ଟାଙ୍ଗୀ ରେଞ୍ଜର ଚୁଡ଼ାରାଣୀ ମୁର୍ମୁ ଅନ୍ୟ କର୍ମଚାରୀଙ୍କୁ ସାଙ୍ଗରେ ନେଇ ପକ୍ଷୀ ଶିକାର ହେଉଥିôବା ଜାଛିଅାଁ କ୍ୟାମ୍ପ ଆଳିପଡ଼ା ନାଳ ନିକଟରୁ ଦୁଇଜଣ ଶିକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୨ ମୃତ ପକ୍ଷୀ ଜବତ କରିଥିଲେ । ଗିରଫ ଶିକାରୀମାନେ ହେଲେ ଅଳିପଡ଼ା ଗ୍ରାମର ଗୁରୁକୁମାର ରାଉତ ଓ ଫକୀର ରାଉତ । ଶିକାରୀମାନେ ବିଷ ପ୍ରୟୋଗ କରି ୧୨ଟି ଲାର୍ଜ ହୁଇଷ୍ଟିଲିଂ ଟିଲ ପକ୍ଷୀ ଜବତ ଶିକାର କରିଥିଲେ । ପରେ ବନବିଭାଗ ଖବର ପାଇ ପହଞ୍ଚôବା ସହ ମୃତ ପକ୍ଷୀ ସହ ସେମାନଙ୍କୁ ଧରିବାରେ ସଫଳ ହୋଇଥିବା ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର ଶ୍ରୀମତୀ ମୁର୍ମୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons