କମ୍ପୁ୍ୟଟର ପ୍ରୋଗ୍ରାମର ଗିରଫ

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ବୁ୍ୟରୋ): ବିବାହ ପ୍ରମାଣପତ୍ର ଦେବାକୁ ୨୫ଶହ ଟଙ୍କା ଲାଞ୍ଚ । ଆବେଦନକାରୀଙ୍କ ଠାରୁ ୨୫ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ଗଞ୍ଜାମ ଜିଲ୍ଲା ଗୋପାଳପୁର ଏନ୍ଏସି କମ୍ପୁ୍ୟଟର ପ୍ରୋଗ୍ରାମର ପ୍ରିୟରଞ୍ଜନ ମହାରଣା । ତାଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ଅନିଲ କୁମାର ପାତ୍ର । ଏସ୍ପିଙ୍କ ସୂଚନା ଅନୁସାରେ ପ୍ରିୟରଞ୍ଜନଙ୍କ ଘର ନୟାଗଡ଼ ଜିଲ୍ଲା ରଥଗଡ଼ ଗ୍ରାମରେ ହୋଇଥିବା ବେଳେ ସେ ଗୋପାଳପୁର ଏନ୍ଏସିରେ କାମ କରୁଛନ୍ତି । ଗୋପାଳପୁର ଥାନା ଭଞ୍ଜବିହାର ଅଞ୍ଚଳର ପ୍ରଫୁଲ୍ଲ ଚନ୍ଦ୍ର ଦାଶଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କମ୍ପୁ୍ୟଟର ପ୍ରୋଗ୍ରାମର ପ୍ରିୟରଞ୍ଜନ ଧରାପଡିଛନ୍ତି । ପ୍ରଫୁଲ୍ଲ ତାଙ୍କ ପୁଅ ସିଦ୍ଧାନ୍ତ କୁମାର ଦାଶଙ୍କ ବିିବାହ ପ୍ରମାଣପତ୍ର ପାଇଁ ଗୋପାଳପୁର ଏନ୍ଏସିରେ ଗତ ୨ତାରିଖରେ ଆବେଦନ କରିଥିଲେ । ଏଥିପାଇଁ ପ୍ରିୟରଞ୍ଜନ ତାଙ୍କୁ ୩ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପ୍ରଫୁଲ୍ଲ ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ବିଭାଗ ଯୋଜନା ପ୍ରକାରେ କେମିକାଲ ବୋଳା ୨୫ଶହ ଟଙ୍କା ସାଙ୍ଗରେ ନେଇ ଆଜି ଗୋପାଳପୁର ଏନ୍ଏସି କାର୍ଯ୍ୟାଳୟକୁ ଯାଇଥିଲେ । ଅପରାହ୍ନରେ କମ୍ପୁ୍ୟଟର ପ୍ରୋଗ୍ରାମର ପ୍ରିୟରଞ୍ଜନକୁ ଦେଖା କରିଥିଲେ ଏବଂ ପ୍ରମାଣପତ୍ର ସମ୍ପର୍କରେ ପଚାରିଥିଲେ । ପ୍ରିୟରଞ୍ଜନ ଟଙ୍କା କଥା ପଚାରିବାରୁ ସେ ଆଣିଥିବା କହିଥିଲେ ଏବଂ କେମିକାଲ ବୋଳା ଟଙ୍କା ତାଙ୍କ ହାତକୁ ବଢ଼ାଇ ଦେଇଥିଲେ । ପ୍ରିୟରଞ୍ଜନ ଟଙ୍କା ଗ୍ରହଣ କରିବା ସମୟରେ ପୂର୍ବ ଯୋଜନା ମୁତାବକ ଜଗି ରହିଥିବା ଭିଜିଲାନ୍ସ ଟିମ୍ ପହଞ୍ଚିଯାଇଥିଲା । ପ୍ରିୟରଞ୍ଜନ ଡାହାଣ ହାତରେ ଟଙ୍କା ନେଇ ଅଫିସ୍ ଟେବୁଲ ଉପରେ ରଖିଥିଲେ । ଲାଞ୍ଚ ଟଙ୍କା ଓ ପ୍ରଫୁଲ୍ଲ ଦାଶଙ୍କ ଫାଇଲ୍ ଭିଜିଲାନ୍ସ ଜବତ କରିଛି । ପ୍ରିୟରଞ୍ଜନଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ତାଙ୍କ ହାତ ଧୋଇବା ସମୟରେ ନାଲି ପଡିଯାଇଥିଲା । ଭିଜିଲାନ୍ସ ପ୍ରିୟରଞ୍ଜନଙ୍କ ଅଫିସ୍ ରୁମ୍ ଓ ଗୋପାଳପୁରରେ ସେ ନେଇଥିବା ଭଡ଼ା ଘରେ ଯାଞ୍ଚ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons