ଆନନ୍ଦପୁର,(ବି.ବି.ନ୍ୟୁଜ୍) : ହାଟଡିହି ବ୍ଲକ୍ ମଧୁବନ ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲ୍ ଛୁଟି ପରେ ଗାଧୋଇବାକୁ ଯାଇ ଦୁଇଜଣ ଛାତ୍ରୀ ମୃତ୍ୟୁବରଣ କରିଛନ୍ତି । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ସୋସୋ ଥାନା ମଧୁବନ ଗାଁରେ । ଗାଁର ରବୀନ୍ଦ୍ର ମହାକୁଡଙ୍କ ଝିଅ ସୁନିତା ମହାକୁଡ ମଧୁବନ ସ୍କୁଲ୍ରେ ୫ମଶ୍ରେଣୀରେ ପଢ଼ୁଥିବାବେଳେ କବିନ୍ଦ୍ର ନାଏକଙ୍କ ଝିଅ ଅନୁସୟା ନାଏକ ୪ର୍ଥ ଶ୍ରେଣୀରେ ପଢୁଥିଲେ । ଆଜି ଶନିବାର ଯୋଗୁଁ ସ୍କୁଲ୍ ଛୁଟି ପରେ ଦିନ ୧୨ଟାବେଳେ ଗାଁ ନିକଟସ୍ଥ ଏକ ଗାଡ଼ିଆକୁ ଅନୀତା ଓ ଅନୁସୟା ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ପାଣିରେ ଗୋଡ ଖସିଯିବାରୁ ଅଥଳ ପାଣିରେ ବୁଡିଯାଇ ମୃତ୍ୟୁବରଣ କରିଥିଲେ । ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ହଦଗଡ ଡାକ୍ତରଖାନାକୁ ପଠାଇଥିଲେ । ମାତ୍ର ସେଠାରେ ଡାକ୍ତର ନଥିବାରୁ ତାଙ୍କୁ ତୁରନ୍ତ ଏକ ଅଟୋ ଯୋଗେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାନୁ ନିଆଯାଉଥିଲା । ମାତ୍ର ବିଧିର ବିଧାନ ଏପରି ଯେ, ଅଟୋରେ ସେମାନଙ୍କୁ ନେଉଥିବାବେଳେ ପୁରୁଣାପାଣି ଗାଁ ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ଏଥିରେ ଛାତ୍ରୀଙ୍କ ମା’ ପଦ୍ମିନୀ ଓ ନନ୍ଦିନୀ ଗୁରୁତର ଆହତ ହୋଇଥିଲେ । ହାଟଡିହି ଦମକଳ ଯୋଗେ ସେମାନଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତର ଶିଶୁ କନ୍ୟା ଦୁଇଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଆହତ ମା’ଙ୍କ ଚିକିତ୍ସା କରିଛନ୍ତି । ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.