ଯାଜପୁରରେ ସ୍ପେଶାଲ ସ୍କାର୍ଡର ଚଢ଼ଉ: ବ୍ରାଉନସୁଗର ଜବତ,୩ଗିରଫ

Get real time updates directly on you device, subscribe now.

ଯାଜପୁର : ଯାଜପୁର ଅଞ୍ଚଳରେ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଚଢାଉ ହୋଇଛି । ଚଢାଉରେ ୩୧ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୩ଜଣଙ୍କୁ ଗିରଫ କରାଯାଇଛି । କାର୍‌ ଯୋଗେ ଚାଲାଣ ବେଳେ ଧରିଲା ସ୍ପେଶାଲ ସ୍କ୍ବାର୍ଡ । ଉପରୋକ୍ତ କାର୍‌କୁ ମଧ୍ୟ ସିଜ୍‌ କରାଯାଇଛି ।
ଖବର ଅନୁଯାୟୀ, ରାଜ୍ୟରେ ଏବେ ବ୍ରାଉନସୁଗାର ଚେର୍‌ ଲମ୍ବିବାରେ ଲାଗିଛି । ପ୍ରତିଦିନ ବିଭିନ୍ନ ସ୍ଥାନରୁ ବ୍ରାଉନସୁଗାର ଜବତ ହେଉଛି । ବିଶେଷ ସୁତ୍ରରୁ ସ୍ପେଶାଲ ସ୍କ୍ବାର୍ଡ ଖବର ପାଇ ଯାଜପୁର ରୋଡ ସ୍ଥିତ ଚୂନ ଭାଟି ଅଞ୍ଚଳରେ ଚଢ଼ାଉ କରିଥିଲା । ଏହି ଚଢାଉ ବେଳେ ୩୧ ଗ୍ରାମ ବ୍ରାଉନସୁଗାର ଜବତ କରିଛି ସ୍ପେଶାଲ ସ୍କ୍ବାଡ୍ । ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିବା ସହ ସେହିସ୍ଥାନରୁ ବ୍ରାଉନସୁଗାର କାରବାର ପାଇଁ ବ୍ୟବହାର କରାଯାଉଥିବା ଗୋଟିଏ କାର ଜବତ କରାଯାଇଥିବା ସୂଚନା ମିଳିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ୩ ଲକ୍ଷ ଟଙ୍କା ହେବ ।
ଯାଜପୁର ସମେତ ସାରା ରାଜ୍ୟରେ ଦିନକୁ ଦିନ ଅପରାଧିକ କାର୍ୟ୍ୟକଳାପ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ତେବେ ବିଭିନ୍ନ ସ୍ଥାନରୁ ପ୍ରତିଦିନ ଏଭଳି ଭାବେ ବ୍ରାଉନସୁଗାର ଜବତ କରାଯାଉଥିଲେ ସୁଦ୍ଧା ପୋଲିସର ନିଷ୍କ୍ରିୟତା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons