ଶ୍ରୀମନ୍ଦିର ରୁପା ଦ୍ୱାର:କଳିଙ୍ଗ କଳା ଡିଜାଇନ୍ ଅନ୍ୱେଷଣ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ): ବଡ଼ଦେଉଳର ୮ଟି ଦ୍ୱାରରେ ରୁପା ଚାଦର ଆବରଣର ଡିଜାଇନ୍ ଖୋଜିବାକୁ ଗଠିତ କମିଟି ସଦସ୍ୟମାନେ ମଙ୍ଗଳବାର ରଘୁରାଜପୁର ପରିଦର୍ଶନ କରିଥିଲେ । ଗସ୍ତ ବେଳେ କମିଟି ପଟ୍ଟଚିତ୍ର ଶିଳ୍ପୀଙ୍କ ଶତାଧିକ ଚିତ୍ର ଦେଖିଥିଲେ । ଏହି ପଟ୍ଟଚିତ୍ର ସମୂହର ଫଟୋ ନେଇ ଫେରିଛନ୍ତି ରୁପାଦ୍ୱାର ରୂପରେଖ ତଦାରଖ ସବ୍କମିଟି ।
ସବ୍କମିଟିରେ ମୁମ୍ବାଇ ଦାତାଙ୍କର ୫ଜଣ ପ୍ରତିନିଧି, ଶ୍ରୀମନ୍ଦିର ପରିଚାଳନା କମିଟିର ୪ ଜଣ ସଦସ୍ୟ, ଶ୍ରୀମନ୍ଦିର ଯନ୍ତ୍ରୀ, ପ୍ରତିହାରୀ ନିଯୋଗ ପ୍ରତିନିଧି ରଘୁରାଜପୁର ଗସ୍ତ କରିଥିଲେ । ବରିÂ ଏବଂ ନବାଗତ ପଟ୍ଟଚିତ୍ର ଶିଳ୍ପୀଙ୍କ ଚିତ୍ରକଳାଗୁଡ଼ିକୁ ଅନୁଧ୍ୟାନ କରିଥିଲେ । ଶହେରୁ ଅଧିକ ପଟ୍ଟଚିତ୍ର ଫଟୋକୁ ସବ୍କମିଟି ରୁପାଦ୍ୱାର ଡିଜାଇନର ନମୁନା ରୂପେ ଆଣିଛି । ତା ବ୍ୟତୀତ ମହାପ୍ରଭୁଙ୍କ ଅଣବସର ପଟ୍ଟିଦିଅଁ ଚିତ୍ରକର ଶ୍ରୀଧର ମହାରଣାଙ୍କଠାରୁ ପଟ୍ଟିଚିତ୍ର ନମୁନା ମଗାଯାଇଛି । ଆସନ୍ତାକାଲି ସେ ତାଙ୍କର ଡିଜାଇନକୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିବାର ଆଶା କରାଯାଉଛି ।
ରୁପାଦ୍ୱାର ରୂପରେଖ କମିଟି ସୁପାରିସ କରିଛି ସବୁଦ୍ୱାରରେ କଳିଙ୍ଗ ମନ୍ଦିର କଳାର ଛାପ ରହିବା ଭଳି ଡିଜାଇନ ଚୟନ ହେବ । କମିଟି ବୈଠକରେ ସୋମବାର ଉପସ୍ଥାପିତ ସମସ୍ତ ଡିଜାଇନକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଅଗ୍ରାହ୍ୟ କରିଥିଲା । ରୁପାଦ୍ୱାର ସବ୍ କମିଟି ଦ୍ୱାରା ଚିହ୍ନଟ ପଟ୍ଟଚିତ୍ର ଏବଂ ଶ୍ରୀଜିଉଙ୍କ ପଟ୍ଟିଦିଅଁ ଶିଳ୍ପୀଙ୍କ ଡିଜାଇନଗୁଡ଼ିକ ଉପରେ ତର୍ଜମା କରାଯିବ । ଆସନ୍ତା ୧୯ ତାରିଖରେ ପ୍ରସ୍ତାବିତ ରୂପରେଖ ନିର୍ଦ୍ଧାରଣ କମିଟି ବୈଠକରେ ଏହି ଡିଜାଇନଗୁଡ଼ିକୁ ଉପସ୍ଥାପନ କରାଯିବ ।
ଶ୍ରୀମନ୍ଦିର ବେହରଣ ଦ୍ୱାର, କଳାହାଟ ଦ୍ୱାର, ଜୟବିଜୟ ଦ୍ୱାର, ସାତ ପାହାଚ ଦ୍ୱାର ସମେତ ଶ୍ରୀମନ୍ଦିର ପରିସରରେ ଥିବା ୮ଟି ଦ୍ୱାରର ଡିଜାଇନକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଚୟନ କରିବ । ଏଏସ୍ଆଇର ବିନା ଅନୁମୋଦନରେ ଶ୍ରୀମନ୍ଦିର ଭଳି ଜାତୀୟ ଐତିହ୍ୟର କୌଣସି ପୁରାତନ ଅଂଶକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ସୋମବାର ଅନୁÂିତ ରୁପା ଦ୍ୱାର ରୂପରେଖ ନିର୍ଦ୍ଧାରଣ କମିଟି ବୈଠକରେ ଏଏସ୍ଆଇ ଅଧୀକ୍ଷଣ ଯନ୍ତ୍ରୀ ପ୍ରତିକି୍ରୟା ଦେବା ପରେ ଡିଜାଇନ ଖୋଜାଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons