ଭୁବନ: ପାରିବାରିକ କଳହର କରୁଣ ପରିଣତି । ଜଳିଗଲା ତିନି ବଖରା ଘର । ଘର ପୋଡିରେ ଜଳି ପାଉଁସ ହୋଇଗଲା ଝିଅ ବିବାହ ପାଇଁ ରଖିଥିବା ଜାନିଯୌତୁକ । ଖବର ପାଇ ଭୁବନ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପୂର୍ବରୁ ସବୁ କିଛି ଜଳି ପାଉଁଶ ହୋଇଯାଇଥିଲା । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଭୁଷଳ ଗ୍ରାମରେ ।
ଭୁଷଳ ଗ୍ରାମର ୫୦ ବର୍ଷ ବୟସ୍କ ବାବାଜୀ ମଳିକ ଦିନ ମଜୁରିଆ ଭାବେ କାମ କରନ୍ତି । ମଜୁରୀ କଲେ ଘର ଚଳେ । ଘରେ ସ୍ତ୍ରୀ ଓ ତିନି ଝିଅଙ୍କୁ ନେଇ ତେଲ ଲୁଣର ସଂସାର । ଝିଅ ସସ୍ମିତାର ବିବାହ ପାଇଁ ବହୁ ଦୁଃଖ କଷ୍ଟ କରି ଲକ୍ଷାଧିକ ଟଙ୍କାର ଜାନିଯୌତୁକ ଘରେ ରଖିଥିଲେ । କିଛି ଦିନ ହେବ ପୈତୃକ ସମ୍ପତ୍ତିକୁ ନେଇ ଭାଇମାନଙ୍କ ସହିତ ଝଗଡା ହୋଇଥିଲା ।
କିନ୍ତୁ ଗତକାଲି ରାତି ୧୧ଟା ସମୟରେ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଜଳିବାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ପୂର୍ବରୁ ସବୁ ଜଳିପୋଡି ପାଉଁଶ ହୋଇଯାଇଥିଲା । ପୈତୃକ ସମ୍ପତ୍ତି ବିବାଦର କଳହରୁ ଶାଶୁ ବିଲେଇ ମଳିକ ଓ ଦେଢଶୁର ଡାକ୍ତର ମଳିକ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ବାବାଜୀ ମଳିକଙ୍କ ପତ୍ନୀ ଭାନୁ ମଳିକ ।
Comments are closed, but trackbacks and pingbacks are open.