୧୮ ଗ୍ରାମ ବ୍ରାଉନସୁଗାର ଜବତ: ୨ ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ପୁରୀ : ବ୍ରାଉନ ସୁଗାର ବେପାର କରୁଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ କୋଣାର୍କ ଥାନା ପୋଲିସ । ଏମାନଙ୍କ ଠାରୁ ପୋଲିସ ୧୮ ଗ୍ରାମ୍ ବ୍ରାଉନସୁଗାର ସହ ୫୦ ହଜାର ଟଙ୍କା ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ କୋଣାର୍କ ଅଣସରା ଅଞ୍ଚଳର ପ୍ରଭାତ ସେଠୀ ଓ ଜୁଣେଇର ଦିଲ୍ଲୀପ କାଣ୍ଡି ।
ବୁଧବାର ଦିନ ବେଳା ପୋଲିସ ପାଟ୍ରୋଲିଂ କଲା ବେଳେ ଏହି ଦୁଇ ଅଭିଯୁକ୍ତଙ୍କୁ ସନ୍ଦେହ କରି ପଚରାଉଚରା କରିବା ସହ ବ୍ରାଉନସୁଗାର ସମେତ ଏକ ବାଇକ୍ ଜବତ କରିଛି । ଏହି ଦୁଇ ଅଭିଯୁକ୍ତ ଜଳେଶ୍ବରରୁ ବ୍ରାଉନସୁଗାର ଆଣି କୋଣାର୍କରେ ବିକ୍ରି କାରବାର ପାଇଁ ଯୋଜନା ରଖିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons