ପୁଣି ଜଲେଶ୍ୱରରୁ ବ୍ରାଉନସୁଗର ଜବତ

Get real time updates directly on you device, subscribe now.

ଜଳେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହରରେ ବ୍ରାଉନସୁଗର କାରବାର କମିବାର ନାଁ ଧରୁନି । ଜଳେଶ୍ୱର ବ୍ଲକ ପଥରପୁରା ଗ୍ରାମରେ ବ୍ରାଉନସୁଗର କାରବାରର ସୁରାକ ପାଇ ସ୍ଥାନୀୟ ପୁଲିସ ଚଢ଼ଉ କରିଥିଲା । ସେଠାରୁ ମୀର ସିଦ୍ଧିକ ଓରଫ ମଡ଼ିଆ (୪୮)କୁ ଗିରଫ କରିବା ସହ ୬୮ ଗ୍ରାମ ବ୍ରାଉନସୁଗର ଓ ନଗଦ ୨ଲକ୍ଷ ୨୨ହଜାର ୩ଶହ ଟଙ୍କା ଜବତ କରିଛି । ଏହି ଉକ୍ରଟ ମାଦକ ଦ୍ରବ୍ୟର ଚେର ବାଂଲାଦେଶ ଓ ପଶ୍ଚିମବଙ୍ଗକୁ ଲମ୍ବିଛି । ସେଠାରୁ ଏହା ଆସି ଜଳେଶ୍ୱରରେ ଗଚ୍ଛିତ ରହିବା ପରେ ଓଡ଼ିଶାର କୋଣ ଅନୁକୋଣକୁ ଯାଉଥିବା ସର୍ବସାଧାରଣରେ ଚର୍ଚ୍ଚା ହେଉଛି । ମଙ୍ଗଳବାର ବିଳମ୍ବିତ ରାତିରେ ଜଳେଶ୍ୱର ପୁଲିସର ସ୍ୱତନ୍ତ୍ର ଟିମ୍ ପଥରପୁରା ହାଟ ଛକ ନିକଟରେ ବ୍ରାଉନସୁଗର ଭୁବନେଶ୍ୱରକୁ ଚାଲାଣ କରାଯିବା ସମୟରେ ମୀର ସିଦ୍ଧିକ୍କୁ କାବୁ କରିଥିଲେ । ଏହି ଘଟଣାରେ ପୁଲିସ ନଂ ୩୭୬/୨୦ ମୂଳେ ମାମଲା ରୁଜୁ କରି ଅଭିଯୁକ୍ତ ମୀର ସିଦ୍ଧିକ୍କୁ ବାଲେଶ୍ୱର କୋର୍ଟକୁ ଚାଲାଣ କରିଛି । ସେହିପରି ବୁଧବାର ଦିନ ୨ଟାରେ ପୁଲିସ କର୍ମଚାରୀମାନେ ଝାଡେ଼ଶ୍ୱରପୁର ଗ୍ରାମରେ ଚଢ଼ଉ କରିଥିଲେ । ବ୍ରାଉନସୁଗର ବେପାରୀ ଶେଖ୍ ଏକଲାକ୍ ନାମକ ଯୁବକକୁ ଧରି ପୁଲିସ ଗାଡ଼ିରେ ବସାଉଥିବା ବେଳେ ୩୦ରୁ ଅଧିକ ମହିଳା ସେଠାରେ ପହଞ୍ଚିଥିଲେ । ସେମାନେ ଗାଡ଼ିକୁ ଘେରି ଯାଇ କୌଶଳ କ୍ରମେ ଶେଖ୍ ଏକଲାକ୍କୁ ନେଇ ପଳାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons