ଗୁଣପୁର,(ବି.ବି.ନୁ୍ୟଜ): ସ୍ଥାନୀୟ ସବ୍ଜେଲରେ ଆଜି ଜଣେ କଏଦୀଙ୍କ ସହ ଜଣେ କର୍ମଚାରୀଙ୍କ ବଚସାକୁ ନେଇ ଅଭାବନୀୟ ପରିସ୍ଥିତି ଦେଖାଦେଇଛି । କଏଦୀମାନେ ଖାଦ୍ୟ ବର୍ଜନ କରିଥିଲେ । ଅପରାହ୍ନ ୩ଟା ଯାଏଁ କଏଦୀମାନେ ଖାଦ୍ୟ ଗ୍ରହଣ ନକରି ଦୁର୍ବ୍ୟବହାର କରିଥିବା କର୍ମଚାରୀଙ୍କ ବିରୋଧରେ ଏତଲା ଦେବାସହ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦାବି କରିଥିଲେ । ସୁପରିଣ୍ଟେଣ୍ଡେଣ୍ଟ କାମାକ୍ଷୀ ପତି ସେଠାରେ ପହଞ୍ଚି କଏଦୀମାନଙ୍କୁ ବୁଝାଶୁଝା କରିବା ପରେ ଅପରାହ୍ନ ୩ଟା ପରେ କଏଦୀମାନେ ଖାଦ୍ୟ ଖାଇଥିଲେ । ବର୍ତ୍ତମନ ଏହି ଜେଲ୍ରେ ୧୧୧ ଜଣ ବିଚାରାଧୀନ କଏଦୀ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ୫୦ ଜଣ ଏଭଳି ପ୍ରତିବାଦ କରିଥିଲେ । ଜଣେ କଏଦୀଙ୍କ ଠାରୁ ସିଗାରେଟ୍ ଜବତ କରିବା ପରେ କର୍ମଚାରୀ ଜଣଙ୍କ କଡ଼ା ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ପରେ କଏଦୀଙ୍କୁ କର୍ମଚାରୀ ଜଣଙ୍କ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।


Comments are closed, but trackbacks and pingbacks are open.