ଡିଏଚଏଚ୍ର ୨୦ ଡାକ୍ତର ଓ କର୍ମଚାରୀଙ୍କୁ ନୋଟିସ

Get real time updates directly on you device, subscribe now.

ଜୟପୁର, (ବି.ବି.ନୁ୍ୟଜ): କାର୍ଯ୍ୟରେ ଅବହେଳା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨୦ ଡାକ୍ତର, ଷ୍ଟାଫ୍ନର୍ସ ଏବଂ କର୍ମଚାରୀଙ୍କୁ ଆଜି କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ସିଡିଏମ୍ଓ ଡାକ୍ତର ମକରନ୍ଦ ବେଉରା । ଅଚାନକ ଡିଏଚଏଚ୍ ପରିଦର୍ଶନ କରିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ଶ୍ରୀ ବେଉରା । ସକାଳ ୯ ଟା ପର୍ଯ୍ୟନ୍ତ ଡାକ୍ତରଖାନାର ଅଧିକାଂଶ ୱାର୍ଡ ଏବଂ ବିଭାଗରୁ ଖୋଲି ନଥିଲା ତାଲା । ଅଧିକାଂଶ ଡାକ୍ତର, ନର୍ସ ଏବଂ କର୍ମଚାରୀ ବି ଆସି ନଥିଲେ । ଅନୁପସ୍ଥିତ କର୍ମଚାରୀଙ୍କ ଉପସ୍ଥାନ ଖାତା ମଗାଇ ସବୁଜ ଦାଗ ଦେଇଥିଲେ ସିଡିଏମ୍ଓ । ଠିକ୍ ସମୟରେ ଡାକ୍ତରଖାନା ନଆସିଲେ ଦୃଢ କାର୍ଯ୍ୟାନୁÂାନ ନିଆଯିବ ବୋଲି ତାଗିଦ୍ କରିଥିଲେ । ଯାହାକୁ ନେଇ ନିୟମିତ ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ସିଡିଏମଓ ଡାକ୍ତର ବେଉରା କହିଛନ୍ତି, ଜିଲ୍ଲା ହସପିଟାଲକୁ ଠିକ୍ ସମୟରେ ଡାକ୍ତର, ନର୍ସ ଏବଂ ଅନ୍ୟ କର୍ମଚାରୀମାନେ ଆସୁନଥିବା ସମ୍ପର୍କରେ ଅଭିଯୋଗ ହେଉଥିଲା । ଏହାର ସତ୍ୟାସତ୍ୟ ଜାଣିବା ଲାଗି ଆଜି ସେ ଅଚାନକ ଗସ୍ତ କରିଥିଲେ । ଗସ୍ତ ବେଳେ ଅଭିଯୋଗରେ ସତ୍ୟତା ଥିବା ଦେଖିବାକୁ ପାଇଲେ । କର୍ମଚାରୀମାନେ ଉପସ୍ଥାନ ଖାତାରେ ଦସ୍ତଖତ କରୁନାହାନ୍ତି । ସେମାନଙ୍କ ଖାତାରେ ସବୁଜ ଦାଗ ଦିଆଯାଇଛି । ୨୦ରୁ ଅଧିକ ଡାକ୍ତର, ନର୍ସ, ଆଟେଣ୍ଡାଣ୍ଟ, ଫାର୍ମାସିଷ୍ଟ ସହ ଅନ୍ୟ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons