ବିଦେଶୀ ମଦ ଜବତ, ଜଣେ ଗିରଫ

Get real time updates directly on you device, subscribe now.

ହିଞ୍ଜିଳି : ଚୋରା ମଦ କାରବାରର ପର୍ଦ୍ଦାଫାସ କରିଛି ହିଞ୍ଜିଳି ପୋଲିସ। ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଛି। ତେବେ ଚୋରା ମଦ କାରବାର ନେଇ ହିଞ୍ଜିଳି ଅବକାରୀ ବିଭାଗ ପାଖରେ ଖବର ଥିଲେ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି।
କିନ୍ତୁ ଚୋରା ମଦ କାରବାର ନେଇ ଗୁରୁବାର ହିଞ୍ଜିଳି ପୋଲିସ ଆଡ଼ପଡା ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିବା ସହ ଉତ୍ତମ ପ୍ରଧାନକୁ ଗିରଫ କରିଛି। ଅଭିଯୁକ୍ତ ବିରୋଧରେ କେସ୍‌ ନମ୍ବର ୪୧୭/୨୦ରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ହିଞ୍ଜିଳି ଥାନା ପକ୍ଷରୁ କୁହାଯାଇଛି ।
ଚୋରା ମଦ କାରବାର ନେଇ ଅବକାରୀ ବିଭାଗ ଜାଣିଥିବା ବେଳେ ଯଦି ପୂର୍ବରୁ ରେଡ୍‌ କରିଥାନ୍ତା ତେବେ ଏହାକୁ ରୋକାଯାଇ ପାରିଥାନ୍ତା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ପୋଲିସ ଚଢ଼ାଉ କରି ପାଖାପାଖି ୧୫ ଲିଟରରୁ ଉର୍ଦ୍ଧ୍ବ ବୋଲି ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons