ହାଇକୋର୍ଟରେ ୮ ଛାତ୍ରଛାତ୍ରୀ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଜାମୁଡିହା ପଞ୍ଚାୟତସ୍ଥିତ ଆଦର୍ଶ ବିଦ୍ୟାଳୟରେ ହୋଇଥିବା ନାମଲେଖାକୁ ବାତିଲ୍ କରାଯାଇଥିଲା ବେଳେ ଏହି ନିଦେ୍ର୍ଧଶନାମା ଉପରେ ହାଇକୋର୍ଟ ଆଜି ରହିତାଦେଶ ଜାରି କରିଛନ୍ତି । ଏଥିସହ ଏହି ମାମଲାରେ ରାଜ୍ୟ ସରକାର ଓ ବିଭିନ୍ନ ପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଛି । ଆବେଦନକାରୀ ଛାତ୍ରଛାତ୍ରୀ ଦିବ୍ୟାସ ବେହେରା(୧୧), ସାଇକୃଷ୍ଣ ମହାନ୍ତି(୧୧), ଚିରଞ୍ଜିବି ପାତ୍ର(୧୧), ଆୟୁଷ କୁମାର ଶତପଥୀ(୧୧), ଜ୍ଞାନେଶା ମହାପାତ୍ର(୧୧), ପଙ୍କଜ କୁମାର ମହାପାତ୍ର(୧୧), ଦିବ୍ୟଜ୍ୟୋତି ପ୍ରଧାନ(୧୧) ଏବଂ ଚିରଞ୍ଜିତ ଦାଶଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ପ୍ରମଥ ପ;ନାୟକ ଏହି ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ଡିସେମ୍ବର ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଆବେଦନକାରୀ ଛାତ୍ରଛାତ୍ରୀମାନେ ଉଲ୍ଲେଖ କରିଛନ୍ତି ଯେ, ଚଳିତବର୍ଷ ଏହି ଆଦର୍ଶ ବିଦ୍ୟାଳୟର ଷÂ ଶ୍ରେଣୀରେ ଆଡମିସନ୍ ପାଇଁ ୫୪୦ ପିଲା ଏଣ୍ଟ୍ରାନ୍ସ ପରୀକ୍ଷା ଦେଇଥିଲେ । ୮୦ଟି ସିଟ୍ ପାଇଁ ଅନୁÂିତ ହୋଇଥିବା ଏହି ଏଣ୍ଟ୍ରାନ୍ସ ପରୀକ୍ଷାରୁ କୃତି ଛାତ୍ରଛାତ୍ରୀଙ୍କୁ ଆଡମିସନ ପାଇଁ ଅନୁମତି ମିଳିଥିଲା । ଏହି ଛାତ୍ରଛାତ୍ରୀ ଆଡମିସନ ନେବାପରେ ସେମାନଙ୍କୁ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବହି ବଣ୍ଟନ କରାଯାଇଥିଲା । ଇତିମଧ୍ୟରେ ଛାତ୍ରଛାତ୍ରୀଙ୍କ ଆଡମିସନ୍କୁ ନେଇ ୬ମାସ ବିତିସାରିଲାଣି । କିନ୍ତୁ ହଠାତ୍ ଗତ ୧୭ ତାରିଖରେ ଓଡିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିଦେ୍ର୍ଧଶକ ଏକ ଚିଠି କରି ଏହି ଷÂ ଶ୍ରେଣୀ ଲାଗି ସାନି ଏଣ୍ଟ୍ରାନ୍ସ ପରୀକ୍ଷା କରିବାକୁ ନିଦେ୍ର୍ଧଶ ଦେବାସହ ପୂର୍ବ ଏଣ୍ଟ୍ରାନ୍ସକୁ ବାତିଲ୍ କରି ଦେଇଥିଲେ । ପାଠପଢା ପ୍ରାୟ ୬ମାସ ବିତିଯାଇଥିଲା ବେଳେ ହଠାତ୍ ମଝିରୁ ଏଭଳି ଏଣ୍ଟ୍ରାନ୍ସ ପରୀକ୍ଷାକୁ ବାତିଲ୍ କରି ସାନି ପରୀକ୍ଷା କରିବା ଦ୍ୱାରା ଆବେଦନକାରୀଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଠପଢା ବ୍ୟାହତ ହୋଇଛି । ତେଣୁ ପ୍ରକଳ୍ପ ନିଦେ୍ର୍ଧଶକଙ୍କ ଆଦେଶକୁ ବାତିଲ୍ ଲାଗି ଅଦାଲତ ନିଦେ୍ର୍ଧଶ ଦେବାକୁ ଆବେଦନକାରୀମାନେ ପ୍ରାର୍ଥନା କରିଛନ୍ତି । ହାଇକୋର୍ଟ ଆଜି ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ପକ୍ଷମାନଙ୍କୁ ଜବାବ ଦାଖଲ ଲାଗି ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଶିଭୂଷଣ ଜେନା ଏବଂ ସତ୍ୟଜିତ୍ ବେହେରା ମାମଲା ପରିଚାଳନା କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons