କଟକ,(ବି.ବି.ବୁ୍ୟରୋ): ନୟାସଡ଼କସ୍ଥିତ ଆଇଆଇଏଫ୍ଏଲ୍ ଫାଇନାନ୍ସ ସଂସ୍ଥାରୁ ଡକାୟତି ଘଟଣାକୁ ଇତିମଧ୍ୟରେ ୩୬ ଘଣ୍ଟାରୁ ଅଧିକ ସମୟ ବିତିଲାଣି । ହେଲେ ଲୁଟେରାମାନଙ୍କ ଟେର୍ ପୁଲିସ ଏଯାଏ ପାଇପାରିନି । ଗତକାଲି ରାତି ସାରା ସହର ତମାମ୍ ପୁଲିସ ବହୁ ପେସାଦାର ଅପରାଧୀଙ୍କ ଘରେ ଚଢ଼ଉ କରିଥିଲେ ବି କିଛି ସୁଫଳ ମିଳିନି । ଲୁଟେରାମାନେ ସହର ଛାଡ଼ି ଅନ୍ୟ ଜିଲ୍ଲାକୁ ଚମ୍ପଟ ମାରିଥିବା କୁହାଯାଉଛି । ତେଣୁ ସହରର ବହୁ ବରିÂ ପୁଲିସ ଅଧିକାରୀ ଏବେ ବିଭିନ୍ନ ଜିଲ୍ଲାରେ ଡେରା ପକାଇ ସ୍ଥାନୀୟ ପୁଲିସ ସହାୟତାରେ ଛାନ୍ଭିନ୍ ଜାରି ରଖିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଫାଇନାନ୍ସ ସଂସ୍ଥାରୁ କେତେ ଟଙ୍କା ମୂଲ୍ୟର ବା କେତେ ପରିମାଣର ସୁନା ଲୁଟ୍ ହୋଇଛି ସେ ତଥ୍ୟ ଏଯାଏ ଅସ୍ପଷ୍ଟ ରହିଛି । ଏନେଇ ପୁଲିସ ବି କୌଣସି ସୂଚନା ଦେଉନି । ଲୁଟ୍ ସୁନାର ପରିମାଣ ଆହୁରି ଅଧିକ ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।
ଗତକାଲି ସକାଳ ୧୦ଟା ବେଳେ ଆଇଆଇଏଫ୍ଏଲ୍ ଫାଇନାନ୍ସ ସଂସ୍ଥାରେ ହଠାତ୍ ୪ ବନ୍ଧୁକଧାରୀ ଦୁର୍ବୃତ୍ତ ପଶି ୧୦ ମିନିଟ୍ ଭିତରେ ସବୁ କର୍ମଚାରୀଙ୍କୁ ଭୟଭୀତ କରି ପ୍ରାୟ ୧୨ କୋଟି ଟଙ୍କାର ସୁନା ଗହଣା ଓ ୪ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ । ତଦନ୍ତ ବେଳେ ପୁଲିସକୁ ସୂଚନା ମିଳିଛି ଯେ, ଲୁଟେରାମାନେ ଗତକାଲି ଲୁଟ୍ ପରେ ସହର ଛାଡ଼ି ପଳାଇଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଲୁଟେରାଙ୍କ ମଧ୍ୟରୁ କେହି ସହରର ଅନ୍ୟ ପେସାଦାର ଅପରାଧୀଙ୍କ ସହଯୋଗରେ କଟକରେ ଥିବେ ବୋଲି ପୁଲିସ ଯେଉଁ ସନେ୍ଦହ ପୋଷଣ କରୁଥିଲା, ତାହା ଭୁଲ୍ ସାବ୍ୟସ୍ତ ହୋଇଛି । ଗତକାଲି ରାତି ତମାମ୍ ପୁଲିସ ସହରର ପ୍ରାୟ ୬ଟି ଥାନା ଅଞ୍ଚଳରେ ବିଭିନ୍ନ ପେସାଦାର ଅପରାଧୀ ବା ଯାହାର ଡକାୟତି ଓ ଲୁଟ୍ର ରେକର୍ଡ ରହିଛି ସେମାନଙ୍କ ଘରେ ଚଢ଼ଉ କରିଥିଲା । ମାତ୍ର କୌଣସି ଅପରାଧୀଙ୍କ ଘରୁ କିଛି ସୁରାକ୍ ମିଳି ପାରିନି । ଅନ୍ୟପଟେ ଲୁଟ୍ ପରେ ଅପରାଧୀମାନେ ଯେଉଁ ସବୁ ରୁଟ୍ରେ ଯାଇଥିବା ନେଇ ପୁଲିସ ସନେ୍ଦହ କରୁଥିଲା ତାହାକୁ ତନ୍ନତନ୍ନ କରି ଯାଂଚ କରାଯାଇଛି । ଏହି ସବୁ ରୁଟ୍ର ଏକାଧିକ ସିସିଟିଭି ମଧ୍ୟ ଯାଂଚ କରାଯାଇଛି । ଏଥିରୁ ୪ ଜଣ ଅପରାଧୀ ଭିନ୍ନ ଭିନ୍ନ ରୁଟ୍ରେ ସହର ବାହରକୁ ଯାଇଥିବା ଆଶଙ୍କା କରାଯାଉଛି । ଏହି ଆଧାରରେ ସହରର ପ୍ରାୟ ସମସ୍ତ ବରିÂ ପୁଲିସ ଅଧିକାରୀ କାଲି ରାତିରୁ ନିକଟ ଜିଲ୍ଲା ଅଞ୍ଚଳରେ ଯାଇ ଡେରା ପକାଇ ତଦନ୍ତ ଚଳାଇଛନ୍ତି । ସେହି ସବୁ ଜିଲ୍ଲା ପୁଲିସର ସହଯୋଗ ନେଇ ଲୁଟେରାଙ୍କୁ ଧରିବା ପାଇଁ ତନାଘନା ଚଳାଇଛନ୍ତି ।
ଅନ୍ୟପଟେ, ସିସିଟିଭି ଫୁଟେଜ୍ରୁ ଆଜି ଏକ ପ୍ରକାର ସ୍ପଷ୍ଟ ହୋଇଛି ଯେ, ଦୁର୍ବୃତ୍ତମାନେ ଗୋଟିଏ ପଲ୍ସର୍ ବାଇକ୍ ଓ ଗୋଟିଏ ହୋଣ୍ଡା ବାଇକ୍ରେ ଲୁଟ୍ ପାଇଁ ଆସିଥିଲେ । ଲୁଟ୍ ପରେ ସେମାନେ ଦୁଇ ଦୁଇ ଜଣ କରି ଚମ୍ପଟ ମାରିଥିଲେ । ତେବେ ଲୁଟ୍ ପରେ ପୁଲିସର କାର୍ଯ୍ୟକଳାପକୁ ନେଇ ବି ସନେ୍ଦହ ସୃଷ୍ଟି ହୋଇଛି । କାରଣ କେତେ ପରିମାଣର ସୁନା ଯାଇଛି ସେନେଇ ସ୍ପଷ୍ଟ ସୂଚନା ପୁଲିସ ଦେଉନି । ଫାଇନାନ୍ସ ସଂସ୍ଥା କାର୍ଯ୍ୟାଳୟକୁ ଗ୍ରାହକ, ସୁନା ବନ୍ଧକ ରଖିଥିବା ବ୍ୟକ୍ତିଙ୍କ ଆସିବା କିନ୍ତୁ ଜାରି ରହିଛି । ନିଜ ସୁନା ଫେରସ୍ତ ପାଇବା ଆଶାରେ ଅନେକ ଗ୍ରାହକ ଆସୁଛନ୍ତି । ବକ୍ସିବଜାର ଅଞ୍ଚଳର ଗ୍ରାହକ ଅନିଲ କୁମାର ଆର୍ଯ୍ୟଙ୍କ କହିବାନୁସାରେ, ଚୋରି ପରେ ମୁଁ ମୋର ସୁନାର ସୁରକ୍ଷା ବିଷୟରେ ପଚାରିବାକୁ ଆସିଥିଲି । ସଂସ୍ଥା ପକ୍ଷରୁ ମୋତେ ଭରସା ଦିଆଯାଇଛି ଯେ, ଯେତେ ପରିମାଣର ମୁଁ ସୁନା ରଖିଥିଲି ତାହା ମୋତେ ଫେରାଯିବ । ଏପରିକି ସୁନା ନଫେରାଇଲେ ଆଜିର ତାରିଖରେ ସୁନାର ଯାହା ବଜାର ମୂଲ୍ୟ ଅଛି ସେହି ପରିମାଣର ଟଙ୍କା ଫେରସ୍ତ କରାଯିବ ବୋଲି ତାଙ୍କୁ ପ୍ରତିଶ୍ରୁତି ମିଳିଥିବା ଶ୍ରୀ ଆର୍ଯ୍ୟ କହିଛନ୍ତି । ଏ ସଂପର୍କରେ ସଂସ୍ଥା ପକ୍ଷରୁ କେହି କିନ୍ତୁ କିଛି କହିବାକୁ ମନା କରିଦେଇଛନ୍ତି ।
Comments are closed, but trackbacks and pingbacks are open.