ଜଳେଶ୍ବର: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଓ କଣ୍ଟେନର ମଧ୍ୟରେ ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ହଳଦୀ ପଦା ବାଇପାସ୍ ନିକଟରେ ଘଟିଛି ଦୁର୍ଘଟଣା ।
ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ପଶ୍ଚିମବଙ୍ଗ ପଟୁ ବାଲେଶ୍ବର ଅଭିମୁଖେ ଯାଉଥିବା ଏକ କଣ୍ଟେନର ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ କଣ୍ଟେନର ଚାଳକଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକଟି ଫେରାର ହୋଇଯାଇଛି । ମୃତକଙ୍କ କୌଣସି ପରିଚୟ ମିଳିପାରିନଥିବା ବେଳେ ବସ୍ତା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି।
Comments are closed, but trackbacks and pingbacks are open.