ବଲାଙ୍ଗିର:ବଲାଙ୍ଗିର ଜିଲ୍ଲାର ୩୭୫ଟି ସ୍କୁଲରେ କମ ଛାତ୍ରଥିବା ଦର୍ଶାଇ ରାଜ୍ୟ ସରକାର ଉକ୍ତ ସ୍କୁଲ ଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତ ନେଇଛନ୍ତି । ଏହାର ବିରୁଦ୍ଧରେ ଆଜି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଛାତ୍ର୪ କଂଗ୍ରେସ ସ୍ତାନିୟ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛି । ରାଜ୍ୟ ସରକାର ବେଆଇନ ଭାବେ ଗରିବ ଅବହେଳିତ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ କରିବାର ପ୍ରଥମିକ ଅଧୀକାର କୁ ଛିନ୍ନ କରୁଛନ୍ତି ବୋଲି ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ଓ ଗଣ ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଏହା ସହ ଏଭଳି ବେଆଇନ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରିଙ୍କୁ ପ୍ରଦାନ କରାଯାଇଛି ।
ପ୍ରକାଶ ଯୋଗ୍ୟ ଯେ,ରାଜ୍ୟ ସରକାର ସ୍କୁଲ ମାନଙ୍କରେ କମ ଉପସ୍ଥିତିର ବାହାନା ଦର୍ଶାାଇ ସାରା ରାଜ୍ୟରେ ୧୪ହଜାର ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସେହି କ୍ରମରେ ବଲାଙ୍ଗିରରେ ମଧ୍ୟ ଏକା ଥରକୁ ୩୭୫ଟିି ସ୍କୁଲ ବନ୍ଦ କରିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯହା ପଛୁଆ ଅନଗ୍ରସର ବଲାଙ୍ଗିର ଜିଲ୍ଲା ପ୍ରତି ଘୋର ଅନ୍ୟାୟ । ଶିକ୍ଷା ଆଇନ ଅନୁସାରେ କୌଣସି ସ୍କୁଲରେ ଗୋଟିଏ ଛାତ୍ର ଥିଲେ ମଧ୍ୟ ସରକାର ସେହି ଛାତ୍ରର ଶିକ୍ଷା ପାଇଁ ବନ୍ଦୋବସ୍ତ କରିବେ । ଶିକ୍ଷା ଅଧୀକାର ରୁ ଛାତ୍ରଛାତ୍ରୀଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ । କିନ୍ତୁ ଦୁଃଖର ବିଷୟ ଯେ, ରାଜ୍ୟ ସରକାର ନିଜର ଏକ ଛତ୍ରବାଦୀ ନିଷ୍ପତ୍ତି ଦ୍ୱାରା ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଶିକ୍ଷାରୁ ବଞ୍ଚିତ କରୁଛନ୍ତି । ଏଣୁ ସରକାର ଏହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ କହିଛନ୍ତି । ଆହୁରି ବିଜେଡି ସରକାରଙ୍କ ସ୍କୁଲ ବନ୍ଦ କରିବାର ଏହି ନିଷ୍ପତ୍ତି ବିଭିନ୍ନ ସ୍ତାନରେ ଶିକ୍ଷା ନିୟମର ସଂମ୍ପୁର୍ଣ୍ଣ ବିରୁଦ୍ଧାଚରଣ କରୁଛି । ସରକାରଙ୍କ ଏହି ସ୍କୁଲ ମିଶ୍ରଣ ନିତିରେ ସ୍କୁଲ ରୁ ସ୍କୁଲ ର ଦୂରତା, ବିପଦ ସଂକୁଳ ରାସ୍ତା ତଥା ସ୍ଥାନ ଓ ଅଦିବାସୀ ବହୁଳ ଅଂଚଳ ଆଦି ବିଷୟକୁ ଅଣଦେଖା କରାଯାଇଛି । ଯାହା ସଂପୁର୍ଣ୍ଣ ରୁପେ ବେଆଇନ ଅଟେ । ଆଦିବାସୀ ଅଧ୍ୟୁଷିତ ତଥା ଅନଗ୍ରସର ବଲାଙ୍ଗିର ଜିଲ୍ଲା ର ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ସରକାରଙ୍କ ଏହି ସ୍କୁଲ ବନ୍ଦ ନିଷ୍ପତ୍ତି ଅନୈତିକ,ଅଗଣତାନ୍ତ୍ରି,ଅସମ୍ବିଧାନୀକ ଓ ସଂପୁର୍ଣ୍ଣ ଏକଛତ୍ରବାଦୀ । ଯଦି ରାଜ୍ୟ ସରକାର ତାଙ୍କର ଏହି ନିଷ୍ପତ୍ତିକୁ ଯଥାଶିଘ୍ର ପ୍ରତ୍ୟାହାର ନକରନ୍ତି ତେବେ ଏହି ଦାବୀକୁ ନେଇ ଆଗାମୀ ଦିନରେ ସାରା ରାଜ୍ୟରେ ଆନ୍ଦୋଳନର ନିଁଆ ଜଳିବ । ସେଥିରେ ଯଦି କୌଣସି ଧନ ଜୀବନର କ୍ଷତି ହୁଏ ଶେଥିପାଇଁ ଖୌଦ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଜିଲ୍ଲା ସେବାଦଳ ମୁଖ୍ୟ ଅସିତ ମିଶ୍ର ଚେତାଇ ଦେଇଛନ୍ତି । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା କଇଗ୍ରେସ କମିଟି ଉପ ସଭାପତି ଉମାକାନ୍ତ ସାହୁ, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନୀ, ଜିଲ୍ଲା କଂଗ୍ରେସ ପ୍ରବକ୍ତା ସାନନ୍ଦ କୁମାର ମିଶ୍ର, ରାଜୀବଗାନ୍ଧି ପଞ୍ଚାୟତିରାଜ ସଂଗଠନର ସଂଯୋଜକ ଅଜୟ ବାଲୀ, ଜିଲ୍ଲା ମହିଳା ନେତ୍ରି ମିଲନି ସାହୁ, ଯୁବ କଂଗ୍ରସ ସଭାପତି ପ୍ରେମ ପ୍ରକାଶ ମିଶ୍ର,ରାମ ମିଶ୍ର,ଜଗନ୍ନାଥ ପ୍ରଧାନ,ଜତିଶ ମୁଗ୍ରି, ମୁନା ନନ୍ଦ, ସଂଜୟ ମିଶ୍ର, କୁଲମନୀ ସାହୁ, ସୋମ୍ୟଦିପ ସରାଫ, ଚିଣ୍ଟୁ ପଣ୍ଡା,ଲୋପନ ମିଶ୍ର, ଝୁପୁଲୁ ମହାନ୍ତି, ମାନସ ମହାନ୍ତି, କୈଳାସ ମିଶ୍ର, ଶ୍ରୀଧର ବାରିକ, ମନବୋଧ ହରପାଲ,ଅବିନାଶ ପ୍ରସାଦ ସାଏ,ପ୍ରକାଶ ସାହୁ,ସୁମିତ ପଟ୍ଟନାୟକ, ରୋଶନ ମିଶ୍ର, କିରଣ ସେଠ୍, ଶିବାନନ୍ଦ ପାଣୀଗ୍ରାହି, ହରିଶ ବାଗ, ସୁମନ୍ତ ବିଭାର ଓ ପବିତ୍ର ନେପାକ ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.