‘ପରୀ’ ହତ୍ୟାକାରୀକୁ ଗିରଫ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

Get real time updates directly on you device, subscribe now.

ନୟାଗଡ଼, (ବି.ବି.ନୁ୍ୟଜ): ‘ପରୀ’ହତ୍ୟାକାଣ୍ଡର ତାତି ଦିନକୁ ଦିନ ଜିଲ୍ଲାରେ ବୃଦ୍ଧି ପାଉଛି । ବିଭିନ୍ନ ଦଳ ସମେତ ଯୁବଗୋÂୀ ଧାରଣା ଏବଂ ବିକ୍ଷୋଭ କରି ଆସୁଥିବାବେଳେ ଆଜି ହତ୍ୟାକାରୀକୁ ତୁରନ୍ତ ଗିରଫ ଦାବି କରି ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି । ଶତାଧିକ ବିଜେପି କର୍ମୀ ପାଟି ଅଫିସ୍ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ସହର ଭିତରେ ଥିବା ବସଷ୍ଟାଣ୍ଡଠାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ପରେ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଯାଇ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ମୀମାନେ ବିଭିନ୍ନ ସ୍ଲୋଗନ ଦେଇ ନାରାବାଜି କରିଥିଲେ । ପରୀ ମାଆର ଅଭିଯୋଗ ଅନୁଯାୟୀ ତୁରନ୍ତ ପରିର ହତ୍ୟାକାରୀକୁ ଗିରଫ କରାଯିବାକୁ ଦାବି କରାଯାଇଥିଲା । ତେବେ ସରକାର ଏହି ମାମଲାକୁ କ୍ରାଇମ୍ବ୍ରାଞ୍ଚ ହାତରେ ଟେକି ଦେଇଥିବାରୁ କେତେକ ବିଜେପି କର୍ମୀ ସ୍ୱାଗତ କରିଛନ୍ତି । ଗତକାଲି କଂଗ୍ରେସ ଏସ୍ପିଙ୍କ ବଦଳି ଦାବି କରିଥିଲା । ପୂର୍ବରୁ ଦୁଇ ଯୁବକ ପରୀର ପରିବାରକୁ ନ୍ୟାୟ ଦେବାକୁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଥିଲେ । ଗୋଟିଏ ପରେ ଗୋଟିଏ ଆନେ୍ଦାଳନ ମୁଣ୍ଡ ଟେକୁଥିବାବେଳେ ପୁଲିସ୍ କାହିଁକି ହାଲ୍କା ମନୋଭାବ ପୋଷଣ କରୁଛିବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ପ୍ରକାଶ, ନୟାଗଡ଼ ସଦର ଥାନା ଯଦୁପୁର ଗ୍ରାମର ୫ବର୍ଷର ଝିଅ ଅମ୍ରିତା ସ୍ନେହା ସାହୁ(ପରୀ) ଗାଁ ଦାଣ୍ଡରେ ସାଙ୍ଗସାଥୀ ମେଳରେ ଖେଳୁଥିବାବେଳେ ହଠାତ୍ କେଉଁଆଡେ ନିଖୋଜ ହୋଇ ଯାଇଥିଲା । ପରୀର ବାପା ଅଶୋକ କୁମାର ସାହୁ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ତଦନ୍ତ କରି କୈାଣସି ସୁରାଗ ପାଇପାରି ନଥିଲା । ତେବେ ସେହି ମାସ ୨୪ ତାରିଖରେ ପରୀର ଶବକୁ ଏକ ଅଖାରେ ଗୁଡାଇ ଅଭିଯୁକ୍ତମାନେ ପରୀର ବାରିପଟ କିଛି ଦୂରରେ ଫୋପାଡ଼ି ଦେଇଥିଲେ । ଅଶୋକ ନିଜ ଝିଅର ଶବକୁ ପାଇ ଥାନାକୁ ଖବର ଦେଇଥିଲେ । ପୁଲିସ୍ ଶବକୁ ଜବତ କରି କଟକ ନେଇଥିଲା ଏବଂ ସମସ୍ତ ପରୀକ୍ଷା ନିରୀକ୍ଷା କରିଥିଲେ ସୁଦ୍ଧା କିଛି ସୁରାଗ ପାଇପାରି ନଥିଲା । ନ୍ୟାୟ ପାଇବାରୁ ବଞ୍ଚିତ ପରିର ପିତା,ମାତା ଦୁଇ ଦିନ ତଳେ ବିଧାନସଭା ସମ୍ମୁଖରେ ଆତ୍ମାହୃତି ଦେବାକୁ ଉଦ୍ୟମ କରିବା ପରେ ଘଟଣା ଜଟିଳ ଆଡ଼କୁ ଗତି କରିଥିଲା । ଆଜି ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତ କରାଯିବାକୁ ସରକାର ନିଦେ୍ର୍ଧଶ ଦେବା ପରେ ପରୀର ପିତାମାତା ଆଶ୍ୱସ୍ତ ଅନୁଭବ କରି ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଓ ନିଜ ଝିଅର ହତ୍ୟାକାରୀ ତୁରନ୍ତ ଧରା ପଡ଼ିବ ବୋଲି ଆଶା ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons