କରଞ୍ଜିଆ : ଅଭିନବ ଉପାୟରେ ସୁନା ଲୁଟ୍। ନକଲି ସୁନା ବଦଳ ଦେଇ ଠକିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାରରେ ।
ନୂତନ ଭାବେ ଖୋଲିଥିବା ଓମ୍ ମା’ ମଙ୍ଗଳା ଜୁଏଲାରୀରୁ ଗତ ଶୁକ୍ରବାର ଦିନ ସୁବ୍ରତ ଦାସ ନାମକ ଜଣେ ବୃଦ୍ଧ ନକଲି ସୁନା ଚେନକୁ ବଦଳ କରି ପ୍ରତି ବଦଳରେ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକାର ସୁନା ଗହଣା ସାମଗ୍ରୀ ଦୋକାନରୁ ନେଇ ଚମ୍ପଟ ମାରିଛନ୍ତି । ଏନେଇ ଦୋକାନ ମାଲିକ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଦୋକାନ ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତ ବୃଦ୍ଧଙ୍କୁ ଧରିବା ପାଇଁ ଅନୁସନ୍ଧାନ ଜାରି ରଖିଛି ।


Comments are closed, but trackbacks and pingbacks are open.