ବ୍ରହ୍ମପୁର,(ବି.ବି.ନୁ୍ୟଜ): ବ୍ରହ୍ମପୁର ଟାଉନ୍ ଥାନା ପୁଲିସ ମଙ୍ଗଳବାର ଜବତ କରିଛି ଆନୁମାନିକ ୧ ଲକ୍ଷ ୫୨ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର । ଏଥିରେ ସମ୍ପୃକ୍ତି ଅଭିଯୋଗରେ ବ୍ରହ୍ମପୁର ସହରର ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ସନ୍ଦିପ ଅଗ୍ରୱାଲ୍ ଓରଫ୍ ସାଣ୍ଡି (୩୬ ବର୍ଷ, ଗାନ୍ଧିନଗର ୩ୟ ଗଳି), ପ୍ରଭୁ କଲ୍ୟାଣ ପଣ୍ଡା (୨୩ ବର୍ଷ, ଅରବିନ୍ଦ ନଗର ୨ୟ ଗଳି) । ସେମାନଙ୍କ ଠାରୁ ଜବତ ହୋଇଛି ୧୫ ଗ୍ରାମ୍ ୭୭ ମିଲିଗ୍ରାମର ବ୍ରାଉନ୍ସୁଗାର୍, ଗୋଟିଏ ମୋଟର ସାଇକେଲ୍ (ଓଡି୦୭ଆର୍-୬୧୬୭), ୨୮୫୦ ଟଙ୍କା ନଗଦ ଏବଂ ୨ଟି ମୋବାଇଲ୍ । ଲଗାତର ତୃତୀୟ ଦିନ ପାଇଁ ବ୍ରହ୍ମପୁର ପୁଲିସ ନିଶା କାରବାର ବିରୋଧରେ ସଂଗ୍ରାମ ରଖି ଏହି ସଫଳତା ପାଇଥିବା ସୂଚନା ଦେଇଛନ୍ତି ଏଏସ୍ପି ପ୍ରଭାତ ରାଉତରାୟ । ଟାଉନ୍ ଥାନାରେ କେସ୍ ନମ୍ବର ୨୩୮/୨୦୨୦ (ଏନ୍ଡିପିଏସ୍ ଆକ୍ଟ ୨୧-ବି) ରୁଜୁ କରାଯାଇ ତଦନ୍ତ ଚାଲିଛି ।
Comments are closed, but trackbacks and pingbacks are open.