ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆକାଉଣ୍ଟରେ କୋଟି କୋଟି ଟଙ୍କାର ବେଆଇନ୍ କାରବାର । ଖୋଳତାଡ଼ ପରେ ଭିଜିଲାନ୍ସ ହାତରେ ଲାଗିଛି ପ୍ରମାଣ । ଆଇଏଫଏସ୍ ଅଭୟକାନ୍ତଙ୍କ ବେନାମୀ ସମ୍ପତ୍ତି ଦେଖି ଭିଜିଲାନସ୍ ଅଧିକାରୀ ତାଜୁବ । ସେହିପରି ପୁଅ ଆକାଶର ୩ଟି ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ହୋଇଛି । ଏହି ବେନାମୀ ସମ୍ପତ୍ତି ଯାଞ୍ଚ ପାଇଁ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ (ଇଡି)କୁ ଚିଠି ଲେଖିଛି ଭିଜିଲାନ୍ସ ।
ସେପଟେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ । ଭିଜିଲାନ୍ସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ୫ ଦିନ ରିମାଣ୍ଡ ପାଇଁ ସ୍ପେଶାଲ୍ ଭିଜିଲାନ୍ସ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ୩ ଦିନ ମଞ୍ଜୁର କରିଛନ୍ତି ।
ଆକାଶଙ୍କ ଆଇସିଆଇସିଆଇ ଓ ଏଚ୍ଡିଏଫ୍ସି ବ୍ୟାଙ୍କ ଆକାଉଣ୍ଟରେ ହୋଇଥିବା ନେଣଦେଣରେ ଆୟକର ଦିଆ ଯାଇନାହିଁ । ୯ କୋଟି ୪୮ ଲକ୍ଷ ଟଙ୍କା ଆକାଉଣ୍ଟରେ ସିଧାସଳଖ ଜମା ହୋଇଥିବା ବେଳେ ୫ କୋଟି ୨୯ ଲକ୍ଷ ଟଙ୍କା ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି । ଏହିପରି ଭାବେ ଆକାଶଙ୍କ ଆକାଉଣ୍ଟରେ ମୋଟ ଜମା ହୋଇଛି ୧୪ କୋଟି ୭୭ ଲକ୍ଷ ଟଙ୍କା । ବିପୁଳ ଟଙ୍କା ଜମା ହୋଇଥିଲେ ବି ଟଙ୍କାଟିଏ ଆୟକର ରିଟର୍ଣ୍ଣ ଦାଖଲ କରିନାହାଁନ୍ତି ଆକାଶ ।
ଏହାକୁ ନେଇ ଭିଜିଲାନ୍ସ ସନେ୍ଦହ କରିବା ସହ ଏଥିରେ ସନ୍ଦିଗ୍ଧ ଓ ବେନାମୀ କାରବାର ହାଇଥିବା ଅନୁମାନ କରିଛି । ଏଭଳି ସନ୍ଦିଗ୍ଧ କାରବାରର ତଦନ୍ତ କରିବ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ । ତେଣୁ ଭିଜିଲାନ୍ସ ଏହି ମାମଲାରେ ମନି ଲଣ୍ଡରିଂ ଓ ଆୟକର ଦାଖଲର ତଦନ୍ତ ଲାଗି ଆୟକର ବିଭାଗକୁ ଓ ଇଡିକୁ ସୁପାରିସ୍ କରିଛି । ଘରୋଇ ବ୍ୟାଙ୍କରେ ବିପୁଳ ଅର୍ଥ ଜମା ନେଇ ୩ ବ୍ୟାଙ୍କର ଅଧିକାରୀଙ୍କୁ ପଚରାଉଚରା କରୁଛି ଏସ୍ଆଇଟି । ଅଭୟ କୋଟି କୋଟି ଟଙ୍କାର ବେନାମୀ ସମ୍ପତ୍ତି କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ତେବେ ଏହି ସବୁ ବେନାମୀ ସମ୍ପତ୍ତିର ଖୋଳତାଡ଼ ପାଇଁ ଭିଜିଲାନ୍ସ ପକ୍ଷରୁ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ (ଇଡି) ଓ ଆୟକର ବିଭାଗକୁ ଚିଠି ଯାଇଛି । ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡି୍ରଂ ଆକ୍ଟ୍ ୨୦୦୨ ଅନୁଯାୟୀ ଇଡି ଖୋଳତାଡ଼ କରିବ । ଇଡି ନିଜ ଆଡୁ ମାମଲା ରୁଜୁ କରି ଏହାର ଖୋଳତାଡ଼ କରିବା ପରେ ସବୁ ଘଟଣା ପଦାକୁ ଆସିବ ବୋଲି ଜଣାପଡିଛି ।
ରିମାଣ୍ଡ ସମୟରେ ପାଠକ ବାପପୁଅଙ୍କ ଆକାଉଣ୍ଟ ଖୋଳତାଡ଼ କରିବ ଏସଆଇଟି । ପୁଅକୁ ଛାଡ଼ି ଅଭୟକାନ୍ତ ଅନ୍ୟ କେତେ ଜଣଙ୍କ ନାଁରେ ଆକାଉଣ୍ଟ ଖୋଲି ସେଥିରେ ଟଙ୍କା ରଖିଥିବା ଏସ୍ଆଇଟି ଅନୁମାନ କରୁଛି । ଅନ୍ୟପକ୍ଷରେ ତାଙ୍କ ଘରୁ ଓ ଫ୍ଲାଟ୍ରୁ ଏସ୍ଆଇଟି ସିସିଟିଭି ଫୁଟେଜ୍ ଜବତ କରିଥିଲା । ଉକ୍ତ ଫୁଟେଜ୍ରୁ ଅନେକ ତଥ୍ୟ ମିଳିଛି । ତା’ଛଡା ବେନାମୀ ଟ୍ରାଞ୍ଜrନ୍ ନେଇ ବ୍ୟାଙ୍କ ମ୍ୟାନେଜରଙ୍କୁ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି । ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଭୁବନେଶ୍ୱର ଏବଂ ପୁନେରେ ଥିବା ୩ ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ରହିଛି । ସେ ବିଷୟରେ ଖୋଳତାଡ଼ ଆରମ୍ଭ କରିଛି । ସେପଟେ ଆଜି ଭିଜିଲାନ୍ସ ସେଲ୍ ଅଫିସରେ ୩ ବ୍ୟାଙ୍କର ୪ ଜଣ ବରିÂ ଅଧିକାରୀ ହାଜର ହୋଇଥିଲେ । ସେମାନେ ହେଲେ ଏସ୍ବିଆଇ, ଆଇସିଆଇସିଆଇ ଓ ଏଚ୍ଡିଏଫ୍ସିର ଅଧିକାରୀ । ୪ ଜଣ ବ୍ୟାଙ୍କ ଅଧିକାରୀଙ୍କୁ ଟଙ୍କା ଦେଣନେଣ ବାବଦରେ ପଚରାଉଚରା କରା ଯାଇଥିଲା । ତା’ଛଡା ସେମାନଙ୍କୁ କାଗଜପତ୍ର ମାଗିଛି ଭିଜିଲାନ୍ସ । ଅନ୍ୟ ପକ୍ଷରେ ଭିଜିଲାନ୍ସ ବ୍ୟାଙ୍କ ଆକାଉଣ୍ଟର ଦେଣନେଣ ଯାଞ୍ଚ କଲା ବେଳେ ଜମି ବିକି ପୁଅ ଆକାଉଣ୍ଟରେ ଟଙ୍କା ରଖିଥିବା କଥା ଅଭୟ କହିଥିଲେ । ତେବେ ତଦନ୍ତ ବେଳେ ଅଭୟଙ୍କ ନାଁରେ କୌଣସି ଜମି ନଥିବା ଜାଣିବାକୁ ପାଇଛି ଭିଜିଲାନ୍ସ ।
ଅନ୍ୟ ପକ୍ଷରେ ଭୁବନେଶ୍ୱର ଥିବା ଟ୍ରାଭେଲ୍ ଏଜେନ୍ସି ସ୍କାଏ କିଙ୍ଗ୍ର ଅଧିକାରୀ ପ୍ରଭାସ ଚୌଧୁରୀ ମଙ୍ଗଳବାର ରାତିରେ ଆକାଶ ଠକେଇ କରିଥିବା ନେଇ ଅଭିଯୋଗ କରିଥିଲେ । ବୁଧବାର ସକାଳୁ ଏହାର ତଦନ୍ତ କରିବା ପାଇଁ ପୁଲିସ୍ ପହଞ୍ଚିଥିଲା ସ୍କାଏ କିଙ୍ଗ୍ ଅଫିସ୍ରେ । ଅଭିଯୋଗ ଅନୁଯାୟୀ ଆକାଶ ପାଠକ ବିରୋଧରେ ସବୁ ତଥ୍ୟ ସଂଗ୍ରହ କରିଛି । ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଆଇପିସିର ଧାରା ୪୧୯/୪୨୦/୪୬୮/୪୭୧/୫୦୬/୩୪ରେ ମାମଲା ରୁଜୁ କରି ତଦନ୍ତ କରୁଛି । ଆକାଶ ନିଜକୁ ଟାଟା କମ୍ପାନୀର ଏମ୍ଡି ବୋଲି ପରିଚୟ ଦେଇ ଚାର୍ଟର ଫ୍ଲାଇଟ୍ ବୁକ୍ କରୁଥିଲେ । ଏମିତିକି ଟାଟାର ଜାଲ୍ ଲେଟର ପ୍ୟାଡ୍ରେ ସେ ନିଜେ ଚିଠି ଲେଖି ସ୍କାଏ କିଙ୍ଗ୍ କମ୍ପାନୀକୁ ଦେଉଥିଲେ । ଆକାଶ ଏଭଳି ବାରମ୍ବାର କରିଛନ୍ତି ବୋଲି ପୁଲିସ୍ ଜାଣିବାକୁ ପାଇଛି । ଅନ୍ୟପଟେ ଫ୍ଲାଇଟ୍ ଟିକେଟ୍ ବୁକ୍ କରିବା ପରେ ଟଙ୍କା ମାଗିବାରୁ ଧମକ ଚମକ ମଧ୍ୟ ଦେଉଥିଲେ ଆକାଶ । ଏବେ ସ୍କାଏ କିଙ୍ଗ୍ର ୬୫ ଲକ୍ଷ ଟଙ୍କା ବାକି ପଡ଼ିଥିବା ଜଣାପଡ଼ିଛି । ସେପଟେ କ୍ରାଇମ୍ବ୍ରାଞ୍ଚ ବ୍ରହ୍ମପୁରରେ ଖୋଳତାଡ କରୁଛି । ଆକାଶଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରିଛି କ୍ରାଇମ୍ବ୍ରାଞ୍ଚ । ଆକାଉ କ୍ରାଇମ୍ବ୍ରାଞ୍ଚ ରିମାଣ୍ଡରେ ନେଲେ ଅଧିକ ତଥ୍ୟ ମିଳିବ ବୋଲି ଜଣାପଡିଛି ।
ମଙ୍ଗଳବାର ବଲାଙ୍ଗିର ଯାଇଥିଲା ଏସ୍ଆଇଟି । ଏହି ଟିମ୍ ସେଠାରେ ବିଭିନ୍ନ ସ୍ଥାନ ଖୋଳତାଡ କରିଥିଲା । ବଲାଙ୍ଗିର ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟ (କେନ୍ଦୁପତ୍ର ଡିଭିଜନ), ଓଡ଼ିଶା ବନ ଉନ୍ନୟନ ନିଗମ କାର୍ଯ୍ୟାଳୟ ସମେତ ଡାକ ଘର, ଜୀବନ ବୀମା ନିଗମ କାର୍ଯ୍ୟାଳୟ ଓ ସମସ୍ତ ବ୍ୟାଙ୍କକୁ ଟିମ୍ ତଥ୍ୟ ମାଗିଥିଲା । ସେଠାରେ ପ୍ରାୟ ୨୦ଟି ସଂସ୍ଥାକୁ କାଗଜପତ୍ର ମଗା ଯାଇଥିଲା । ସେଥିମଧ୍ୟରୁ ଅଧିକାଂଶ ସବୁ ପ୍ରକାର ପ୍ରମାଣ ଯୋଗାଇ ଦେଇଛନ୍ତି । ଏହି ସମୟରେ ଜଣାପଡିିଛି ବଲାଙ୍ଗିର ଆଇସିଆଇସିଆଇ ବ୍ୟାଙ୍କ୍ରେ ପାଠକ ପରିବାର ଲୋକଙ୍କର ୩ଟି ଆକାଉଣ୍ଟ ରହିଛି । ସେ ସବୁ ଆକାଉଣ୍ଟରେ ୫ରୁ ୧୦ ହଜାର ଲେଖାଏଁ ଟଙ୍କା ରହିଛି । ହେଲେ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି । ତେବେ ଫ୍ରିଜ୍ ହେବାରୁ ପୂର୍ବରୁ କେତେ ଟଙ୍କା କାରବାର ହୋଇଥିଲା ତାହାର ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ । ଅଭୟ ବଲାଙ୍ଗିରରେ ୨୦୧୪ ଫେବ୍ରୁଆରୀ ୭ତାରିଖରୁ ୨୦୧୭ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟ (କେନ୍ଦୁପତ୍ର ଡିଭିଜନ) ଦାୟିତ୍ୱରେ ଥିଲେ । ସେହି ସମୟରେ ସେଠାରେ ଆକାଉଣ୍ଟ ଖୋଲିଥିଲେ ।
Comments are closed, but trackbacks and pingbacks are open.