ବାହାରେ ବୁଲୁଛି କଦମ୍ବ ଫୁଲ, ଝରା ଫଟୋ

Get real time updates directly on you device, subscribe now.

ପୁରୀ,(ବି.ବିବୁ୍ୟରୋ): ମହାପ୍ରଭୁଙ୍କ ଓଲାଗି ନାଗାର୍ଜୁନ ବେଶ ଆଭୂଷଣ ଅଂଶକୁ ବିବାଦ ପିଛା ଛାଡୁନି । ଓଲାଗି ନାଗାର୍ଜୁନ ବେଶର ସୋଲ ସୂର୍ଯ୍ୟ, ଚନ୍ଦ୍ର ଆଭୂଷଣ ବାହାରେ ବୁଲିବା ଘଟଣାର ବିବାଦ ତୁଟିନାହିଁ । ଏହି ବିବାଦ ଉଠିବା ପରେ ଶ୍ରୀମନ୍ଦିର ପ୍ରଶାସନ କହିଥିଲା ବେଶ ଆଭୂଷଣ ମଣତି (ଗଣତି କରି) କରି ଯଜମାନଠାରୁ ଗ୍ରହଣ କରାଯାଇଥିଲା । ମଣତି ମୁତାବକ ଓଲାଗି ବେଶ ଆଭୂଷଣକୁ ପ୍ରଶାସନ ମଣତି କରି ଗ୍ରହଣ କରିଛି । ପ୍ରଶାସନ ନିକଟରେ ଏହି ଓଲାଗି ବେଶ ଆଭୂଷଣ ସୁରକ୍ଷିତ ରହିଛି । ମହାପ୍ରଭୁଙ୍କୁ ଲାଗି ହୋଇଥିବା ସୁବର୍ଣ୍ଣ ସୂର୍ଯ୍ୟ ଓ ଚନ୍ଦ୍ର ସୁରକ୍ଷିତ ରହିଛି । ଏହାର ଦିନକ ପରେ ମଙ୍ଗଳବାର ଓଲାଗି ବେଶର ଏକ ଅଂଶ ସୋଲ ନିର୍ମିତ ଝରା ଆଭୂଷଣ ଫଟୋ ସୋସିିଆଲ ମିଡିଆରେ ବାହାରେ ବୁଲିଥିଲା ।
ବୁଧବାର ଓଲାଗି ବେଶର ଫୁଲ, କଦମ୍ବ ଫୁଲ, ଝରା ଆଦି ଆଭୂଷଣ ଅଂଶ ପୁଣି ଥରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଏହି ବେଶ ଆଭୂଷଣ ଅସଲି ନା ନକଲି ତାହାକୁ ନେଇ ପ୍ରଶାସନ ପକ୍ଷରୁ କେହି ବି ସଫେଇ ଦେଇ ନାହାନ୍ତି । ଏହି ଘଟଣାକୁ କେନ୍ଦ୍ର କରି ଭକ୍ତ ମହଲରେ ବିଭ୍ରାନ୍ତି ସୃଷ୍ଟି ହୋଇଛି । ପ୍ରଶାସନ ପାଖରେ ଯଦି ଓଲାଗି ବେଶ ସାମଗ୍ରୀ ସୁରକ୍ଷିତ ରହିଛି ତାହେଲେ ଏହି ସୋଲ ନିର୍ମିତ ଝରା, ଫୁଲ ଆଉ କଦମ୍ବ ଫୁଲ ଅସଲି ନା ନକଲି ପ୍ରଶାସନ ତଦନ୍ତ କରିବାକୁ ଉଚିତ ମନେ କରି ନାହିଁ । କେବଳ କହିଛି ଓଲାଗି ବେଶ ଆଭୂଷଣ ସୁରକ୍ଷିତ ରହିଛି ।
ଫୁଲ ଓ କଦମ୍ବ ଫୁଲ ଭାଇରାଲ ପରେ ଶ୍ରୀଜଗନ୍ନାଥ ସେନାର ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପ;ନାୟକ କହିଛନ୍ତି, ବାରମ୍ବାର ସୂର୍ଯ୍ୟ, ଚନ୍ଦ୍ର, ଝରା, କଦମ୍ବ ଫୁଲ, ଫୁଲ ଆଦିର ଫଟୋ ପର୍ଯ୍ୟାୟ କ୍ରମେ ସାମାଜିକ ଗଣମାଧ୍ୟମରେ ବୁଲୁଛି । ଏହି କାରଣରୁ ପ୍ରଶାସନର ପ୍ରତିଶ୍ରୁତି ଉପରେ ସନେ୍ଦହ ଉପୁଜିଛି । ଯଦି ପ୍ରଶାସନ କହୁଛି ଓଲାଗି ନାଗାର୍ଜୁନ ବେଶ ଆଭୂଷଣ ସୁରକ୍ଷିତ ରହିଛି, ତା ହେଲେ ଏହି ସବୁ ଓଲାଗି ବେଶ ଆଭୂଷଣ ଅଂଶ କେମିତି ବାହାରେ ବୁଲୁଛି ? ଏନେଇ ପ୍ରଶାସନ ସ୍ପଷ୍ଟ କରୁ । ଏହାର ତଦନ୍ତ ହେଉ, ନହେଲେ ଅଦାଲତର ଆଶ୍ରୟ ନେବୁ । ସେ କହିଛନ୍ତି, ଛତିଶା ନିଯୋଗ ଏବଂ ପରିଚାଳନା କମିଟିର ନିଷ୍ପତ୍ତି ହେଲା ବିନା ଭକ୍ତରେ ନାଗାର୍ଜୁନ ବେଶ ହେବ । ଓଲାଗି ବେଶକୁ ପ୍ରଶାସନ ରଖିବ । ଭକ୍ତଙ୍କ ଦର୍ଶନ ପାଇଁ ସମ୍ପୂର୍ଣ୍ଣ ଓଲାଗି ବେଶ ଆଭୂଷଣକୁ ଅବଢ଼ା ଯୋଜନାରେ ପ୍ରସ୍ତାବିତ ସଂଗ୍ରହାଳୟରେ ସୁରକ୍ଷିତ ରଖାଯିବ । ଏହି ନିଷ୍ପତ୍ତି ସତ୍ତେ୍ୱ କିଭଳି ବାହାରେ ଓଲାଗି ବେଶ ଆଭୂଷଣ ବାହାରେ ବୁଲୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜଧାନୀର ବଡ ବଡ ହାକିମଙ୍କୁ ଭେଟିଦେବାକୁ ଏହି ସବୁ ଓଲାଗି ବେଶ ଆଭୂଷଣ ଅଂଶକୁ ନେଇ ପ୍ରଶାସନ ଗୋପନରେ ଷଡ଼ଯନ୍ତ୍ର କରୁଛି ବୋଲି ଶ୍ରୀ ପ;ନାୟକ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons