ପ୍ରଦୀପ ପାଣିଗ୍ରାହୀଙ୍କ ନୂଆ ଠିକଣା ଝାରପଡା ଜେଲ୍

Get real time updates directly on you device, subscribe now.

ଭୁବନେଶ୍ବର:ବିଧାୟକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଜାଲିଆତି, ଠକେଇ ଅପରାଧିକ ଷଡଯନ୍ତ୍ର ମାମଲାରେ ହେଲେ ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରଦୀପଙ୍କ ବିରୋଧରେ ଲାଗିଛି ଆଇଟିର ବିଭିନ୍ନ ଧାରା । ପ୍ରଦୀପଙ୍କ ବିରୋଧରେ ୪୧୯, ୪୨୦, ୪୬୭, ୪୬୮, ୪୬୯ ଧାରା ଲାଗିଛି । ଚାକିରି ଦେବା ନାଁରେ ଆକାଶଙ୍କ ପକ୍ଷରୁ ଟଙ୍କା ଆଦାୟ କରିଥିଲେ ପ୍ରଦୀପ । ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଟିମ ସରକାରୀ ବାସଭବନରୁ ଉଠାଇ ନେଇଥିଲେ । ସାଇବର କେସ ନମ୍ବର ୨୬/୨୦୨୦ରେ ପ୍ରଦୀପଙ୍କୁ ପ୍ରଶ୍ନ କରାଯାଇଛି । ଏନେଇ ଟ୍ୱିଟ ଯୋଗେ ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ପାଠକଙ୍କ ପରିବାର ସହ ଲିଙ୍କ ପଦାକୁ ଆସୁଥିବା ବେଳେ ଆଜି ସଂଧ୍ୟାରେ ଏଭଳି ଘଟଣା ଘଟିଛି । ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବାସଭବନରୁ ତାଙ୍କୁ ଉଠାଇ ନେଇଥିଲା କ୍ରାଇବ୍ରାଞ୍ଚା ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଏ ନେଇ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀ ଘରେ ଥିବା ବେଳେ ୪ଟି ଗାଡିରେ ୧୦ରୁ ୧୫ ଲୋକ ବାସଭବନକୁ ଆସିଥିଲେ । ଗେଟ୍ ଖୋଲା ନଥିବା ବେଳେ ସେମାନେ ଗେଟ୍ ଡେଇଁ ଘର ଭିତରକୁ ପ୍ରବେଶ କରିଥିଲେ, ପ୍ରଦୀପ ପାଣିଗ୍ରାହୀଙ୍କୁ ଟାଣି ଟାଣି ନେଇ ଯାଇଥିଲେ । ତେବେ କିଛି ସମୟ ପାଇଁ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ ହେଲା ଯେ ଗୋପାଳପୁର ବିଧାୟକ ପାରାଦୀପ ପାଣଗ୍ରାହୀ ଙ୍କୁ ଗିରଫ କର ଯାଇଛି । ୨୪ ଘଣ୍ଟା ମଧ୍ୟରେ କୋର୍ଟ ରେ ହଜାର କରି ଅଧିକ ତଥ୍ୟ ଜାଣିବାପାଇଁ ରିମାଣ୍ଡ ରେ ଆଣିପରେ କ୍ରାଇମ୍ ବ୍ରାଞ୍ଚ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଥିବା ବେଳେ ତାଙ୍କୁ ଝାରପଡା ଜେଲକୁ ସ୍ଥାନାନ୍ତର କରାଯାଇଛି । ସେ ଝାରପଡା ଜେଲର ଆୟୁସୋଲେସନ ୱାର୍ଡରେ ରାତି କାଟିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons