ଟ୍ରାକ୍ଟରରୁ ଖସି ଡ୍ରାଇଭର ମୃତ

Get real time updates directly on you device, subscribe now.

କେନ୍ଦୁଝର,(ଆପ୍ର): କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଯାମୁଦଲକ ନାଳ ନିକଟରେ ଏକ ଚଳନ୍ତା ଟ୍ରାକ୍ଟରୁ ଖସି ପଡି ଚାଳକଙ୍କ ମୃତୁ୍ୟ ଘଟିଛି । ମୃତକ ହେଲେ ମଙ୍ଗଳପୁର ଗ୍ରାମର ମଙ୍ଗରପୁର ଗ୍ରାମର ନରେନ ମୁଣ୍ଡା । ଟ୍ରାକ୍ଟର ମାଲିକଙ୍କ ଅବହେଳା ଯୋଗୁ ଡ୍ରାଇଭରଙ୍କ ମୃତୁ୍ୟ ଘଟିଥିବା ମୃତକଙ୍କ ସ୍ତ୍ରୀ ଚମ୍ପୁଆ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।
ନରେନ ମୁଣ୍ଡା ଯାମୁଦଲକ ଗ୍ରାମର ରାଜେନ୍ଦ୍ର ପ୍ରଧାନଙ୍କ ଟ୍ରାକ୍ଟରରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ସବୁଦିନ ଭଳି ମଙ୍ଗଳବାର ଭୋର ୪.୩୦ରେ ଟ୍ରାକ୍ଟର ନେଇ ଘରୁ ବାହାରିଥିଲେ । ନିକଟସ୍ଥ ନାଳରୁ ବାଲି ଲୋଡ୍ କରି ଫେରୁଥିବାବେଳେ ଭାରସାମ୍ୟ ହରାଇ ହଠାତ୍ ଚଳନ୍ତା ଗାଡିରୁ ଖସି ପଡିଥିଲେ । ଟ୍ରାକ୍ଟରର ମଝି ଚକା ତାଙ୍କ ଅଣ୍ଟା ଉପରେ ମାଡି ଯାଇଥିଲା । ଖବର ପାଇ ଗାଡି ମାଲିକ ଓ ଡ୍ରାଇଭରଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୁରୁତର ନରେନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବାକୁ ତାଙ୍କ ଘର ଲୋକେ କହିବାରୁ ଟ୍ରାକ୍ଟର ମାଲିକ ଏଥିରେ ଅରାଜି ହୋଇ ନିଜ ଘରକୁ ନେଇ ଯାଇଥିଲେ । ସେଠାରେ ନରେନଙ୍କ ମୃତୁ୍ୟ ଘଟିବା ପରେ ମୃତଦେହକୁ ଏକ କାର୍ରେ ଆଣି ତାଙ୍କ ନିଜ ଘରେ ଛାଡି ଦେଇ ପଳାଇଥିଲେ । ମାଲିକଙ୍କ ଅବହେଳାରୁ ନରେନଙ୍କ ମୃତୁ୍ୟ ହୋଇଥିବା ନେଇ ମୃତକଙ୍କ ସ୍ତ୍ରୀ ଜାକି ମୁଣ୍ଡା ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons