ବିଦୁ୍ୟତ ତାର ସଂସ୍ପର୍ଶରେ ଯୁବକଙ୍କ ଜୀବନ ଗଲା : ଥାନାରେ ୨ ଅଟକ

Get real time updates directly on you device, subscribe now.

ବ୍ରହ୍ମଗିରି,(ବି.ବି.ନୁ୍ୟଜ): ପୁରୀ ଜିଲ୍ଲା ଅରଖକୁଦା ସାମୁଦ୍ରିକ ଥାନା ଅନ୍ତର୍ଗତ ଯଦୁପୁର ବେତଗୁରୁଡିଠାରେ ମଙ୍ଗଳବାର ବାର୍ହା ଶିକାର ପାଇଁ ବିଛା ଯାଇଥିବା ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ତାଙ୍କ ନାମ ରବୀନ୍ଦ୍ର ନାୟକ(୪୮) ଓ ଘର ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାନବନ୍ଧକେରା ଗ୍ରାମରେ ବୋଲି ଜଣାପଡ଼ିଛି । ତାର ବିଛାଇଥିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ଖବରରୁ ପ୍ରକାଶ ଯେ, ରବୀନ୍ଦ୍ର ଅରଖକୁଦା ସାମୁଦ୍ରିକ ଥାନା ଅନ୍ତର୍ଗତ ଯଦୁପୁରୁ ବେତଗୁରୁଡିଠାରେ ଥିବା ତାଙ୍କ ନିଜ ବଗିଚାରେ ରୁହନ୍ତି । ମଙ୍ଗଳବାର ସକାଳେ ସେ ବଗିଚା ଚାରିପାଖରେ ବୁଲୁଥିବା ବେଳେ ବାର୍ହା ଶିକାର ପାଇଁ ପୂର୍ବରୁ ବିଛା ଯାଇଥିବା ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । କିଛି ସମୟ ପରେ ତାଙ୍କ ଭାଇ ବଗିଚା ବୁଲୁଥିବା ବେଳେ ରବୀନ୍ଦ୍ରଙ୍କୁ ଏଭଳି ଅବସ୍ଥାରେ ଦେଖି ଘଟଣା ସଂପର୍କରେ ଅରଖକୁଦା ସାମୁଦ୍ରିକ ଥାନାକୁ ଜଣାଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ସଦର ଚିକିତ୍ସାଳୟକୁ ପଠାଇଥିଲେ । କେବଳ ସେତିକି ନୁହେଁ ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ୫ଟି ବିଲୁଆଙ୍କ ମୃତୁ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ବାର୍ହା ଶିକାର ପାଇଁ ବିଛାଯାଇଥିବା ବିଦୁ୍ୟତ ତାର ଯେଉଁଠାରୁ ଆସିଥିଲା ସେହି ବଗିଚାର ଦୁଇଜଣଙ୍କୁ ସାମୁଦ୍ରିକ ପୁଲିସ ଅଟକ ରଖି ସାମୁଦ୍ରିକ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସାମୁଦ୍ରିକ ଥାନା ଅଧିକାରୀ ଦିଲୀପ ପଣ୍ଡା କହିଛନ୍ତି ।ଏ ନେଇ ଥାନାରେ ଏକ ମାମଲା(୩୪/୨୦୨୦) ରୁଜୁ ହୋଇଛି । ରବୀନ୍ଦ୍ରଙ୍କ ସହିତ ଥାନାରେ ଅଟକଥିବା ଯୁବକଙ୍କ ଶତ୍ରୁତା ଥିଲା ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୧ ତାରିଖ ଦିନ ବ୍ରହ୍ମଗିରି ଥାନା ଅନ୍ତର୍ଗତ କଶିଝରିଆ ଗ୍ରାମ ନିକଟସ୍ଥ ଜଙ୍ଗଲରେ ବାର୍ହା ଶିକାର ପାଇଁ ବିଛା ଯାଇଥିବା ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ଗୋରୁଗାଈ ଓ ବିଲୁଆ ମରିଥିଲେ । ପୁଣି ଏକ ସପ୍ତାହ ଭିତରେ ଏଭଳି ଘଟଣାର ପୁନରାବୃତ୍ତିି ହୋଇଛି । ବନ ବିଭାଗର ଅପାରଗତା ଯୋଗୁଁ ଏଭଳି ଘଟଣା ଘଟୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons