ମାଲକାନଗିରି: ମାଲକାନଗିରି ଏମଭି- ୧୬ ନମ୍ବର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗଛକୁ ପିଟିଛି ବାଇକ୍ । ବାଇକ୍ରେ ଥିବା ଆରୋହୀଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।
ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ଗୁରୁତରଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।
ତେବେ ବାଇକ୍ରେ ଦୁଇ ଯୁବତୀଙ୍କ ସମେତ ୪ ଜଣ ଯାଉଥିବା ବେଳେ ନିୟନ୍ତ୍ରଣ ବିଗିଡ଼ିଯିବାରୁ ବାଇକ୍ଟି ଗଛରେ ପିଟି ହୋଇଥିଲା ।


Comments are closed, but trackbacks and pingbacks are open.