ପଥର ମାଫିଆଙ୍କ ଆକ୍ରମଣରେ ୪ ବନ କର୍ମଚାରୀ ଆହତ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅଞ୍ଚଳରେ ପଥର ମାଫିଆଙ୍କ ଆତଙ୍କରାଜ ଚରମସୀମାରେ ପହଞ୍ଚିଛି । ମାଫିଆଙ୍କୁ କାବୁ କରିବାରେ ଉଭୟ ପୁଲିସ୍ ଓ ରାଜସ୍ୱ ବିଭାଗ ଏକପ୍ରକାର ବିଫଳ ହୋଇଥିବା ବେଳେ ଆଇନ୍ ହାତକୁ ନେବାକୁ ପଛଘୁଞ୍ଚା ଦେଉନାହାନ୍ତି ଦୁର୍ବୃତ୍ତ । ଶନିବାର ପଥର ମାଫିଆଙ୍କ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି ।
ଆଜି ପୂର୍ବାହ୍ନରେ କରଡ଼ାବଣି ବେଆଇନ୍ ପଥରଖଣିରେ ପଥର କଟା ଚାଲିଥିବା ବେଳେ ବନ କର୍ମଚାରୀ ଅତର୍କିତ ଚଢ଼ଉ କରିଥିଲେ । ପ୍ରାୟ ୨୫ରୁ ୩୦ ପଥର ମାଫିଆ ବନ କର୍ମଚାରୀଙ୍କୁ ପାଲଟା ଆକ୍ରମଣ କରି ଏକ ସର୍ଭିସ୍ ରିଭଲଭର, ୪ଟି ପଥରକଟା ମେସିନ୍ ଛଡ଼ାଇ ନେଇଛନ୍ତି । ଏହି ଘଟଣାରେ ପୁଲିସ୍ ଜଣେ ପଥର ମାଫିଆଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଢେଙ୍କାନାଳ ବନଖଣ୍ଡ ଷଢଙ୍ଗୀ ରେଞ୍ଜ୍ ଖଙ୍କିରା ଫରେଷ୍ଟ୍ ସେrନ୍ ଅଧୀନସ୍ଥ ସଂରକ୍ଷିତ ଜଙ୍ଗଲରେ କରଡ଼ାବଣି ପଥର ଖାଦାନରୁ ବେଆଇନ୍ ଭାବେ ମାଙ୍କଡ଼ାପଥର କଟା ହେଉଥିବା ବନବିଭାଗ ସୂଚନା ପାଇଥିଲା । ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ବନ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ଏହା ଦେଖିବାକୁ ପାଇଥିଲେ । ବନ କର୍ମଚାରୀ ତଥା ଏନ୍ଫୋର୍ସମେଣ୍ଟ୍ ସ୍କ୍ୱ୍ୱାଡ୍ର ସଦସ୍ୟ ଖଣିରେ ପହଞ୍ଚି ପଥରକଟାରେ ବ୍ୟବହୃତ ୪ଟି କଟର ମେସିନ୍ ଜବତ କରିଥିଲେ । ପଥର ମାଫିଆ ଯୁକ୍ତିତର୍କ କରି ଉତ୍ତେଜନାମୂଳକ ସୃଷ୍ଟି କରିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରାୟ ୨୫ରୁ ଅଧିକ ସଶସ୍ତ୍ର ମାଫିଆ ବନ କର୍ମଚାରୀମାନଙ୍କୁ କାବୁ କରି ମେସିନ୍ଗୁଡ଼ିକୁ ଛଡ଼ାଇ ନେଇଥିଲେ । ବନ କର୍ମଚାରୀଙ୍କୁ ଠେଙ୍ଗା ଓ ଲୁହାଛଡ଼ରେ ଆକ୍ରମଣ କରିଥିଲେ । ଆହତ କର୍ମଚାରୀ ହେଲେ ଖଙ୍କିରା ବିଟ୍ର ବନପାଳ ଦାୟିତ୍ୱରେ ଥିବା ଥିବା ଗାଡର଼୍ ରଶ୍ମୀରଂଜନ ଦାସ, ଏନ୍ଫୋର୍ସମେଣ୍ଟ୍ ସ୍କ୍ୱାଡ଼୍ର ସଦସ୍ୟ ଦିଗନ୍ତ ପ୍ରଧାନ, ଚନ୍ଦନ ବେହେରା ଓ ସଂଜୟ ମହାପାତ୍ର । ଆହତଙ୍କୁ ଅନ୍ୟ ବନ କର୍ମଚାରୀଙ୍କ ସହାୟତାରେ ଚିକିତ୍ସା ନିମନ୍ତେ ବରପଦାସ୍ଥିତ ଶ୍ରୀରାମଚନ୍ଦ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଆହତ ସଂଜୟ ମହାପାତ୍ରଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ରଶ୍ମୀରଂଜନଙ୍କର ଗୋଡ଼ରେ ଆଘାତ ଲାଗିଛି । ଘଟଣାସ୍ଥଳରୁ ମାଫିଆମାନେ ବନ କର୍ମଚାରୀଙ୍କଠାରୁ ଗୋଟିଏ ସର୍ଭିସ୍ ରିଭଲଭର୍ ଓ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଛନ୍ତି ।
ଖଙ୍କିରା ବିଟ୍ ଦାୟିତ୍ୱରେ ଥିବା ଗାଡର଼୍ ରଶ୍ମୀରଂଜନ ଦାସଙ୍କ ଲିଖିତ ଅଭିଯୋଗ ପରେ ନିହଲପ୍ରସାଦ ଥାନା ପୁଲିସ୍ ଏକ କେସ୍ ରୁଜ୍ଜୁ କରି ତଦନ୍ତ ଚଳାଇଛି । ଘଟଣାସ୍ଥଳରେ ପ୍ରମୋଦ ଲେଙ୍କା ନାମକ ଜଣେ ବ୍ୟକ୍ତି ପଥର ମାଫିଆଙ୍କୁ ଆକ୍ରମଣ ବେଳେ ସହଯୋଗ କରିଥିବା କର୍ମଚାରୀ ବନଖଣ୍ଡ ଅଧିକାରୀ ଓ ପୁଲିସକୁ ସୂଚନା ଦେଇଛନ୍ତି । ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ ଘଟଣା ସଂପର୍କରେ ଜିଲ୍ଲାପାଳ ଏବଂ ଏସ୍ପିଙ୍କ ସହ ଆଲୋଚନା କରିଛନ୍ତି । ଢେଙ୍କାନାଳ ଏସ୍ପି ଦାୟିତ୍ୱରେ ଥିବା ଅନୁଗୁଳ ଏସ୍ପି ଜଗମୋହନ ମୀନା ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ପାଇଁ ସଦର ଏସ୍ଡିପିଓ ଶ୍ରୀହର୍ଷ ମିଶ୍ରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ସଦର ଏସ୍ଡିପିଓ ଶ୍ରୀ ମିଶ୍ର ଏବଂ ନିହଲପ୍ରସାଦ ଥାନା ଆଇଆଇସି ଚିତ୍ତରଂଜନ ବେହେରା ସଦଳବଳ ନିହଲପ୍ରସାଦ ଓ କରଡ଼ାବଣୀ ଗ୍ରାମରେ ଚଢ଼ଉ କରି ଘଟଣାରେ ସଂପୃକ୍ତ ଥିବା ନିହଲପ୍ରସାଦ ଗ୍ରାମର କାଳିଆ ରାଜ (୪୦)କୁ ଗିରଫ କରିଛନ୍ତି । ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଏସ୍ଡିପିଓ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।
ପଥର ମାଫିଆ ଛଡାଇ ନେଇଥିବା ରିଭଲଭର ଓ ମୋବାଇଲ୍ ଫୋନ୍ ପଥର ଖଣି ନିକଟସ୍ଥ କାଜୁବଗିଚାରୁ ଉଦ୍ଧାର କରାଯାଇଛି । ଉଦ୍ଧାର ରିଭଲଭରରୁ ୩ ରାଉଣ୍ଡ୍ ଗୁଳି ଚାଳନା ହୋଇଥିବା କୁହାଯାଉଛି । ପଥର ମାଫିଆ ଓ ବନ କର୍ମଚାରୀ ଧସ୍ତାଧସ୍ତି ବେଳେ ଗୁଳି ଫୁଟିଛି ନା ପଥରମାଫିଆମାନେ ଛଡାଇ ନେବାପରେ ତାହାକୁ ଫୁଟାଇଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅତୀତରେ ନିହଲପ୍ରସାଦ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରହିଥିବା ବେଆଇନ୍ ପଥର ଖଣିରେ ଚଢ଼ାଉ କରିବାକୁ ଯାଇ ତହସିଲ୍ଦାର, ପୁଲିସ୍ ସମେତ ରାଜସ୍ୱ କର୍ମଚାରୀ ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିବା ନଜିର ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons