ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନୁ୍ୟଜ): ସଦର ବ୍ଲକ ଧରମବନ୍ଧା ଥାନା ଆମାନାରା ଗାଁରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତକ ଯୁବକ ଜଣକ ହେଲେ ନେହେରୁ ରାଉତ(୩୫) । ଏକ ଗଛରେ ବେକରେ ଗାମୁଛା ଦେଇ ସେ ଆତ୍ମହତ୍ୟା କରିଥିବା ସନେ୍ଦହ କରାଯାଉଛି । ଆଜି ମଧ୍ୟାହ୍ନରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ଗତକାଲି ସନ୍ଧ୍ୟାରେ ଆମାନାରା ଗାଁର ନେହେରୁ ଘରୁ ବାହାରି ଯାଇଥିଲେ । ଆଜି ସକାଳେ ଗାଁ ସ୍କୁଲ ପଛପଟେ ଜଙ୍ଗଲରେ ମନେ୍ଦ ଗଛରେ ନେହେରୁଙ୍କ ମୃତଦେହ ଝୁଲୁଥିବା ଗାଁ ଲୋକେ ଦେଖି ଧରମବନ୍ଧା ଥାନାକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଶବକୁ ଜବତ କରିଥିଲେ । ଆଜି ମଧ୍ୟାହ୍ନରେ ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ସୂଚନା ଥାଉକି, ନେହରୁଙ୍କ ସ୍ତ୍ରୀ ଓ ଦୁଇଟି ପୁଅ ଅଛନ୍ତି । ସେ କୌଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ଥିଲେ । ଏହାକୁ ନେଇ ଗତ କିଛି ଦିନ ହେବ ଚିନ୍ତିତ ଜଣାପଡୁଥିଲେ । ଏଥି ପାଇଁ ସେ ରୋଗଯନ୍ତ୍ରଣା ଅସହ୍ୟ ହେବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏନେଇ ଅଧିକ ତଦନ୍ତ ଚାଲିଥିବା ଆଇଆଇସି ଦିଲୀପ ଲାକ୍ରା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons