ରାଇରଙ୍ଗପୁର : ପିକଅପ ଭ୍ୟାନ ଧକ୍କାରେ ସ୍କୁଟି ଚାଳକ ମୃତ। ମୃତ ସ୍କୁଟି ଚାଳକ ଜଣକ ଚିଙ୍ଗୁଡ଼ିପୋଖରୀ ଗ୍ରାମର ଗୋପିନାଥ ମହାନ୍ତ (୭୫) ବୋଲି ଜଣାପଡିଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ଫାଣ୍ଡି ଅନ୍ତର୍ଗତ କାରଗିଲ ଛକରେ ଘଟିଛି ଦୁର୍ଘଟଣା।
ସ୍କୁଟି ଯୋଗେ ଗୋପୀନାଥ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ପିକଅପ ଭ୍ୟାନଟି କାରଗିଲ ଛକ ଠାରେ ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଗୋପୀନାଥ ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।


Comments are closed, but trackbacks and pingbacks are open.