ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ

Get real time updates directly on you device, subscribe now.

ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ): ଭିଜିଲାନ୍ସ ପଞ୍ଝାରେ ଗଜପତି ଜିଲ୍ଲାର କୋଟିପତି ଶିକ୍ଷକ ଦୁଷ୍ମନ୍ତ ନାୟକ । ଗୋଷାଣି ବ୍ଲକ୍ ଅନ୍ତର୍ଗତ ଏସ୍.ରାଉତପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ ସେ କାର୍ଯ୍ୟରତ । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ହୋଇଥିବା ଯାଞ୍ଚରୁ ଦୁଷ୍ମନ୍ତଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପରିମାଣ ୪ କୋଟି ୩ ଲକ୍ଷ ୨୯ ହଜାର ୮୬୯ ଟଙ୍କା ଆକଳନ ହୋଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସ୍ପି ଅନୀଲ କୁମାର ପାତ୍ର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ମଙ୍ଗଳବାର ଏକକାଳୀନ ୧୨ଟି ସ୍ଥାନରେ ଚଢଉ କରିଥିଲା । ପାରଳାଖେମୁଣ୍ଡି ଏର୍ଦଲୋ ସାହିରେ ଥିବା ଦୁଷ୍ମନ୍ତଙ୍କ ବାସଭବନ ସମେତ ୯ଟି ସ୍ଥାନ, ସେ କାର୍ଯ୍ୟରତ ଥିବା ଏସ୍.ରାଉତପୁର ସ୍କୁଲ, ଗୋଷାଣି ବ୍ଲକ୍ର ଜଙ୍ଗଲପାଡୁରେ ପୈତୃକ ଘର ଏବଂ ଗୁଣପୁର ଶେଖର ନଗରରେ ତାଙ୍କ ଶ୍ୱଶୁର ଘରେ ଚଢଉ କରିଥିଲା । ଶେଷ ଖବର ସୁଦ୍ଧା ମଧ୍ୟ ସମ୍ପତ୍ତି ଖୋଜା କାମ ଭିଜିଲାନ୍ସ ଚଳାଇଥିବାରୁ ଏହାର ପରିମାଣ ଆହୁରି ବଢିବା ଆଶଙ୍କା କରାଯାଉଛି ।
ପାରଳାଖେମୁଣ୍ଡି ଏର୍ଦଲୋ ସାହିରେ ଥିବା ୩ ମହଲା କୋଠା ଯାହାର ମୂଲ୍ୟ ୨୩ ଲକ୍ଷ ୩୪ ହଜାର ଟଙ୍କା, ହସ୍ପିଟାଲ୍ ରାସ୍ତାରେ ଥିବା ଦୁଇ ମହଲା କୋଠା ଯାହାର ମୂଲ୍ୟ ୮ ଲକ୍ଷ ୫୫ ହଜାର ୩୫୦ ଟଙ୍କା, କାଚରା ସାହିରେ ଥିବା ୩୨ ଲକ୍ଷ ୮୬ ହଜାର ୨୦୫ ଟଙ୍କା ମୂଲ୍ୟର ଦୁଇ ମହଲା କୋଠା, ସେଣ୍ଟ୍ ଯୋଶେଫ୍ ସ୍କୁଲ ନିକଟରେ ଥିବା ୬୩ ଲକ୍ଷ ୬୯ ହଜାର ୪୫୩ ଟଙ୍କା ମୂଲ୍ୟର ଦୁଇ ମହଲା କୋଠା, ଆରୋଗ୍ୟ ସାହିରେ ଥିବା ଦୁଇ ମହଲା କୋଠା ଯାହାର ମୂଲ୍ୟ ୫୪ ଲକ୍ଷ ୭୬ ହଜାର ୨୯୭ ଟଙ୍କା, ଜଙ୍ଗମ ସାହିରେ ଥିବା ଦୁଇ ମହଲା କୋଠା ଯାହାର ମୂଲ୍ୟ ୩୦ ଲକ୍ଷ ୨୦ ହଜାର ୪୬୮ ଟଙ୍କା, ଖଞ୍ଜା ସାହିରେ ଥିବା ତିନି ମହଲା ବିଲଡିଂ ଯାହାର ମୂଲ୍ୟ ୫୨ ଲକ୍ଷ ୨୦ ହଜାର ୪୪୦ ଟଙ୍କା, ଗଜପତି ଷ୍ଟାଡିୟମ୍ ନିକଟରେ ୧ କୋଟି ୧୪ ଲକ୍ଷ ୨୪ ହଜାର ୩୯୩ ଟଙ୍କାର ସବୁଠାରୁ ଦାମୀ ୩ ମହଲା କୋଠା ଠାବ କରିଛି ଭିଜିଲାନ୍ସ ଟିମ୍ । ସେହିଭଳି ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ଥିବା ୮ଟି ଜାଗାର ମୋଟ ମୂଲ୍ୟ ୧୩ ଲକ୍ଷ ୮୩ ହଜାର ୫୩୨ ଟଙ୍କା ହେବ ବୋଲ ଭିଜିଲାନ୍ସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ । ଆହୁରି ମଧ୍ୟ ସମ୍ପୃକ୍ତ ଶିକ୍ଷକଙ୍କ ଠାରୁ ୧ ଲକ୍ଷ ୫୬ ହଜାର ୬୦୦ ଟଙ୍କାର ଘରୋଇ ଉପକରଣ, ନଗଦ ୬୨ ହଜାର ୨୮୫ ଟଙ୍କା ସମେତ ୫୦ ହଜାର ଟଙ୍କାର ସୁନା ଓ ରୁପା ଅଳଙ୍କାର, ବିଭିନ୍ନ ବ୍ୟାଙ୍କ୍ରେ ଜମା ଥିବା ୫ ଲକ୍ଷ ୨୦ ହଜାର ୬ ଟଙ୍କା ଏବଂ ୭୦ ହଜାର ୮୪୦ ଟଙ୍କାର ବୀମା ବଣ୍ଡ୍ ମଧ୍ୟ ଭିଜିଲାନ୍ସ ହାତରେ ଲାଗିଛି । ଏହିସବୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଦୁଷ୍ମନ୍ତ, ତାଙ୍କ ପନôୀ ଏବଂ ପୁଅଙ୍କ ନାମରେ ରହିଛି ।
୧୯୯୬ ମସିହାରେ ଜଣେ ସହକାରୀ ଶିକ୍ଷକ ଭାବେ ଚାକିରି ଆରମ୍ଭ କରିଥିଲେ ଦୁଷ୍ମନ୍ତ । ଅଥଚ ୨୪ ବର୍ଷର ଚାକିରି କାଳ ମଧ୍ୟରେ ଏତେ ଟଙ୍କାର ସମ୍ପତ୍ତି କିଭଳି ଠୁଳ କରିପାରିଲେ ତାହାକୁ ନେଇ ତନାଘନା କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଶିକ୍ଷକଙ୍କ ଅମାପ ସମ୍ପତ୍ତି ଠାବ କରିବା ପାଇଁ ଲାଗିଥିବା ୩୦ରୁ ଅଧିକ ଅଧିକାରୀ ଦିନତମାମ ଏହି କାମରେ ଜୁଟି ଯାଇଥିଲେ ମଧ୍ୟ ସନ୍ଧ୍ୟା ଯାଏଁ ଚଢଉ ତଥା ଯାଞ୍ଚ ସମ୍ପୂର୍ଣ୍ଣ ହୋଇପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons