୩ବର୍ଷର ଶିଶୁ ନିଖୋଜ ଘଟଣା: କୂଅରୁ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ଢ଼େଙ୍କାନାଳ: କୂଅରୁ ଉଦ୍ଧାର ହେଲା କାଳିଆର ମୃତଦେହ। ପରିବାର ଲୋକେ ଆଣି​‌ଲେ ହତ୍ୟା ଅଭିଯୋଗ। ଗାଁ ଦାଣ୍ଡରେ ଖେଳୁଥିବା ବେଳେ କାଳିଆ ହଠାତ୍‌ କୁଆଡ଼େ ଗାୟବ ହୋଇଯାଇଥିଲା। କାଳିଆକୁ ଖୋଜି ଖୋଜି ପରିବାର ଲୋକେ ନୟାନ୍ତ ହୋଇପଡିଥିଲେ। ପରେ କୂଅରୁ କାଳିଆର ମୃତଦେହ ଉଦ୍ଧାର ହୋଇଛି। ତେବେ କାଳିଆ କେମିତି କୂଅରେ ପଡିଲା ? ତାହାକୁ ନେଇ ଧୀରେ ଧୀରେ ସନ୍ଦେହ ଘନେଇବାରେ ଲାଗିଛି। ରାଜ୍ୟରେ ଶିଶୁ ନିଖୋଜ ଘଟଣା ବଢ଼ୁଥିବା ବେଳେ କୂଅରୁ କାଳିଆର ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ସୂଚନାଥାଉକି ଗତକାଲି ଠାରୁ ନିଖୋଜ ଥିବା ୩ ବର୍ଷର ଶିଶୁ କାଳିଆ ଅଚାନକ ଗାୟବ ହୋଇଯାଇଥିଲେ। ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗ୍ରାମରେ ଏପରି ଘଟଣା ଘଟିଛି। ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଢେଙ୍କାନାଲ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗ୍ରାମର ଏପରି ସମ୍ବେଦନ ଶୀଳ ଘଟଣାକୁ ନେଇ ବେଶ ଆଲୋଡନ ସୃଷ୍ଟି କରିଛି। ଶିଶୁଟିକୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ମୃତ ଶିଶୁଟି ଖଙ୍କିରା ଗ୍ରାମର ଚନ୍ଦନ ସାହୁଙ୍କ ପୁଅ କାଳିଆ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କାଳିଆକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଫଳରେ ସେହି ଗାଁର ପିଟୁର ବୋହୂ ତାଙ୍କ ପୁଅକୁ ମାରି କୂଅରେ ପିଙ୍ଗି ଦେଇଥିବା ପରିବାର ଲୋକେ କହିଛନ୍ତି। ଶିଶୁର ମୃତ ଦେହକୁ କୂଅରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons