ବିଦୁ୍ୟତ୍ ତାର ଚୋରି କଲାବେଳେ ଯୁବକ ମୃତ

Get real time updates directly on you device, subscribe now.

ଭାପୁର,(ବି.ବି.ନୁ୍ୟଜ): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଗ୍ରାମ ପାଶ୍ୱର୍ ଦେଇ ୧୧କେ.ଭି ବିଦୁ୍ୟତ୍ ତାର ଯାଇଥିବା ବେଳେ ଏହି ତାର ଚୋରି କରିବା ବେଳେ ଜଣେ ଯୁବକ ପ୍ରାଣ ହରାଇଛି । ମୃତ ଯୁବକ ଫତେଗଡ଼ ଗ୍ରାମର ବିଜୟ କୁମାର ପ୍ରଧାନ(୩୨) । ବିଜୟ ୩ବଣ୍ଡଲ୍ ତାର କାଟି ସାରିବା ପରେ ଆଉ ଏକ ଖୁଣ୍ଟରୁ ତାର ଆରିରେ କାଟୁଥିବା ବେଳେ ବିଦୁ୍ୟତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ଆଶଙ୍କା କରାଯାଇଛି । ମୃତଦେହ ଉପରେ ଏକ ଆରି ପାତ ଓ ବିଦୁ୍ୟତ୍ ତାର ପଡ଼ିଥିବା ଦେଖିବାକୁ ମିଳିଛି । ମୃତଦେହଠାରୁ କିଛି ଦୂରରେ ୩ବଣ୍ଡଲ୍ ତାର ଗୁଡ଼ା ହୋଇ ରଖାଯାଇଛି । ଏ ନେଇ ଫତେଗଡ ଥାନାରେ କେସ୍ ନଂ ୧୮/୨୦ରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ପାରିପାଶ୍ୱର୍ିକ ଘଟଣାରୁ ଯାହା ଜଣାପଡ଼ୁଛି, ମଙ୍ଗଳବାର ବିଳମ୍ବିତ ରାତିରେ ଫତେଗଡ ଗ୍ରାମର ବିଜୟ ପ୍ରଧାନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପଛପଟ ପୋଖରୀ ନିକଟ ଦେଇ ଯାଇଥିବା ୧୧ କେ.ଭି ବିଦୁ୍ୟତ୍ ତାର ଚୋରି କରିବାକୁ ଯାଇଥିଲା । ଗୋଟିଏ ବିଦୁ୍ୟତ୍ ଖୁଣ୍ଟରୁ ଅନ୍ୟ ଏକ ବିଦୁ୍ୟତ୍ ଖୁଣ୍ଟ ପର୍ଯ୍ୟନ୍ତ ତିନି ବଣ୍ଡଲ ତାର କାଟି ସାରିଥିଲା । ପରେ ପୁଣି ଅନ୍ୟ ଏକ ଖୁଣ୍ଟକୁ ଯାଇ ଆରି ପାତିଆରେ ବିଦୁ୍ୟତ ତାର କାଟିବା ସମୟରେ ବିଦୁ୍ୟତ୍ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ପ୍ରାଣ ହରାଇଥିଲା ।
ଆଜି ସକାଳେ ଗ୍ରାମର କିଛି ଲୋକ ପୋଖରୀକୁ ସ୍ନାନ କରିବାକୁ ଯିବା ସମୟରେ ବିଜୟ ବିଲରେ ବିଦୁ୍ୟତ ତାର ଲାଗି ମରି ପଡିଥିବା ଦେଖି ପରିବାରକୁ ଜଣାଇଥିଲେ । ବିଜୟର ପରିବାର ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚôବା ସହ ଫତେଗଡ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଫତେଗଡ ପୁଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଖଣ୍ଡପଡ଼ା ଡାକ୍ତରଖାନାକୁ ପଠାଇଥିଲା । ବିଜୟର ମୃତୁ୍ୟ ପରେ ଫତେଗଡ ପୁଲିସ ଉକ୍ତ ତାର ଚୋରି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଥିବା ଫତେଗଡ ଥାନାଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକଙ୍କଠାରୁ ପ୍ରକାଶ ।
ଏ ନେଇ ବିଦୁ୍ୟତ୍ ବିଭାଗର କନିÂ ଯନ୍ତ୍ରୀ(୨) ଅନୁପ କୁମାର ମୁଣ୍ଡାଙ୍କୁ ପଚାରିବାରେ ସେ କହିଥିଲେ, ବିଦୁ୍ୟତ୍ ବିଭାଗର ତଦନ୍ତ ଅଧିକାରୀ ସନ୍ତୋଷ ଡାଙ୍ଗେ ଘଟଣାସ୍ଥଳକୁ ଆସି ତଦନ୍ତ କରି ଫେରିଛନ୍ତି । ବିଦୁ୍ୟତ ତାର ଚୋରି ନେଇ ବିଦୁ୍ୟତ୍ ବିଭାଗ ତରଫରୁ ଫତେଗଡ ଥାନାରେ ଲିଖିତ ଅଭିଯୋଗ କରାଯିବ । ଜଣେ ବ୍ୟକ୍ତି କେବେ ହେଲେ ବିଦୁ୍ୟତ୍ ତାର ଚୋରି କରିବା ସମ୍ଭବପର ନୁହେଁ । ତେଣୁ ଘଟଣାରେ ଅନ୍ୟ କେତେକ ସମ୍ପୃକ୍ତ ଥିôବା ଜଣାପଡ଼ୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons