ସୋର,(ବି.ବି.ନୁ୍ୟଜ): ବହୁ ଚର୍ଚ୍ଚିତ ଆକାଶ ପାଠକଙ୍କ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇରେ ଶିକାର ହୋଇଛନ୍ତି ସୋର ଅଞ୍ଚଳର ଜଣେ ଶିକ୍ଷିତ ବେକାର ଯୁବକ । ସଂପୃକ୍ତ ଯୁବକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ନଟାପଡ଼ା ପଞ୍ଚାୟତ ବାଲିପୁର ଗ୍ରାମର ଲକ୍ଷ୍ମଣ ମଲ୍ଲିକଙ୍କ ପୁଅ ସୁବ୍ରତ କୁମାର ମଲ୍ଲିକ । ଟାଟା ମୋଟର୍ସରେ ଆସିଷ୍ଟାଣ୍ଟ ବ୍ରାଞ୍ଚ ମ୍ୟାନେଜର ଚାକିରି କରାଇଦେବେ ବୋଲି କହିଲେ । ମାସିକ ୩୭,୫୦୦ ଟଙ୍କା ଦରମା ମିଳିବ । ଏପରିକି ତାଲିମ ବେଳେ ଡ୍ରେସ୍କୋଡ୍ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଇଥିଲା । ଏଥିପାଇଁ ଆଗୁଆ ସାଢେ଼ÿ ସାତ ହଜାର ଟଙ୍କା ନେଇ ତାଲିମ ଲେଟର୍ ଇସୁ୍ୟ କରିଥିଲେ । ଏହାପରେ ଲକ୍ଡାଉନ ଯୋଗୁଁ କିଛିଦିନ ପାଇଁ ଏହାକୁ ସ୍ଥଗିତ କରାଯାଇଥିବା ତାଙ୍କୁ ସୂଚନା ଦିଆଯାଇଥିଲା । ଏହା ପରଠାରୁ ଫୋନ୍ ନମ୍ବର ବନ୍ଦ ରହିଥିଲା । ଏହା ଏକ ଜାଲି ସଂସ୍ଥା ସନେ୍ଦହ କରି ସୁବ୍ରତ ସୋର, ବାଲେଶ୍ୱର ସଦର ଓ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ୨୦୧୭ ମସିହାରେ ଅର୍ଥନୀତିରେ ଏମ୍ଫିଲ୍ ପାସ୍ କରିବା ପରେ ସୁବ୍ରତ ଚାକିରି ଅନ୍ୱେଷଣରେ ଥିଲେ । ଗତ ୨୭/୨/୨୦୨୦ରିଖରେ ସାଇନ୍-ଡଟ୍-କମ୍ରେ ଏକ ଫ୍ରେନ୍ସଟେକ୍ ସଲିଓସନ୍ ନାମରେ ଚାକିରି ପାଇଁ ବିଜ୍ଞାପନ ତାଙ୍କ ଇମେଲକୁ ଆସିଥିଲା । ସେହି ଅନୁସାରେ ସେମାନଙ୍କ ସହିତ ଫୋନ୍ରେ କଥାବାର୍ତ୍ତା କରି ଟାଟା ମୋଟରରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ସେମାନେ କହିଥିଲେ । ଏହାପରେ ଶ୍ରୀ ମଲ୍ଲିକଙ୍କୁ ଅନ୍ଲାଇନ୍ରେ ପରୀକ୍ଷା କରାଯାଇ ତାଲିମ ପାଇଁ ନିଯୁକ୍ତିପତ୍ର ଓ ଅଫର ଲେଟର୍ ପ୍ରଦାନ କରିଥିଲେ । ଏହି ସମୟରେ ତାଲିମ ପାଇଁ ଡ୍ରେସ୍, ଲାପ୍ଟପ, ମୋବାଇଲ ଆଦି ଜିନିଷ ପ୍ରଦାନ କରିବା ପାଇଁ ଚୁକ୍ତିବଦ୍ଧ ହୋଇଥିଲା । ଏହାପରେ ସେମାନଙ୍କ ପକ୍ଷରୁ ୭ ହଜାର ୫ ଶହ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କ ଅଫ୍ ବରୋଦାର ଖାତା ନମ୍ବର ଦେଇଥିଲେ । ସେହି ଅନୁସାରେ ଶ୍ରୀ ମଲ୍ଲିକ ଏହି ଅର୍ଥ ଜମା କରିଥିଲେ । ଏହାପରେ ମାହି ଶର୍ମା, ଫାଇନାନ୍ସ ମ୍ୟାନେଜର ଏମ. ଅମନ, ଏଚ୍ଆର ମାନେଜର ହାରମିତ ସିଂ ଓ ଟ୍ରେନର ରୋହିତ ର୍ଶମାଙ୍କ ସହିତ ସେ କଥାବାର୍ତ୍ତା କରିଥିଲେ । ଏହାପରେ ସେମାନଙ୍କ ପକ୍ଷରୁ ତାଲିମ, ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଏହାପରେ ଲକ୍ଡାଉନ୍ ହେବା ଯୋଗୁଁ ଏହି ତାଲିମ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ଜଣାଇ ଦିଆଯାଇଥିଲା । ଶ୍ରୀ ମଲ୍ଲିକ ମେ’ ମାସଠାରୁ ସେମାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟାକରି ବିଫଳ ହେବାପରେ ବାଲେଶ୍ୱର ଟାଟା ମୋଟରରେ ପହଞ୍ଚିଥିଲେ । ଏହାପରେ ସେମାନେ କିଛି ଉତ୍ତର ଦେଇ ନପାରିବାରୁ ବାଧ୍ୟ ହୋଇ ୧୩/୭/୨୦୨୦ରେ ସୋର ଥାନା ଓ ବାଲେଶ୍ୱର ସଦର ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଖଣ୍ଡଗିରି ଥାନାରେ ଏତଲା ଦେବା ସହିତ ସିବିଆଇ ଓ ସିଆଇଡିକୁ ଅଭିଯୋପତ୍ର ମେଲ କରିଥିଲେ । ସୋର ପୁଲିସ୍ ଏତଲା ପାଇ ଏହା ସହିତ ଲିଙ୍କ୍ ଥିବା ନଟାପଡ଼ାର ଜଣେ ଯୁବକଙ୍କ ସଂପର୍କୀୟଙ୍କୁ ଥାନାକୁ ଡାକି ପଚରାଉଚରା କରି ତଦନ୍ତ ଆରମ୍ଭ କରିଥିଲେ ।


Comments are closed, but trackbacks and pingbacks are open.