୬ ହରିଣ ଶିଙ୍ଗ ଜବତ, ୩ ଶିକାରୀ ଗିରଫ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ବନଖଣ୍ଡରେ ଜନ୍ତୁ ଶିକାର ଥମିବାର ନାଁ’ ନେଉନି । କରୋନା କାଳରେ ସକ୍ରିୟ ଶିକାରୀ । ବେଆଇନ୍ ଭାବେ ବନ୍ୟପ୍ରାଣୀ ଶିକାର ଓ ବେଧଡ଼କ ଭାବେ କାଠଚାଲାଣ ବୃଦ୍ଧି ପାଇଛି । ଶିକାରୀଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଥିବା ବେଳେ ବନବିଭାଗ ପକ୍ଷରୁ ଜୋରଦାର ଧରପଗଡ଼ କରାଯାଉଛି । ବନ ବିଭାଗର ଏକ ସ୍କ୍ୱାଡ୍ ଶୁକ୍ରବାର ଚଢ଼ଉ କରି କପିଳାସ ସଂରକ୍ଷିତ ଜଙ୍ଗଲରୁ ପୁଣି ୩ ଜଣ ଶିକାରୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଦେଶୀ ବନ୍ଧୁକ, ଫାଶ, ୬ଟି ହରିଣ ଶିଙ୍ଗ ଜବତ କରିବା ସହିତ ବହୁ ଶିକାର ସାମଗ୍ରୀ ଜବତ କରାଯାଇଛି ।
କପିଳାସ ସଂରକ୍ଷିତ ଜଙ୍ଗଲରେ ଶିକାର ପାଇଁ ଯୋଜନା କରୁଥିବା ବେଳେ ବନ ବିଭାଗ ସ୍କ୍ୱାଡ୍ ଶିକାରୀଙ୍କ ଉପରେ ମାଡ଼ି ବସିଥିଲା । କପିଳାସ କମ୍ପାର୍ଟ୍ମେଣ୍ଟ -୨୧ରୁ ଗିରଫ ହୋଇଥିବା ଶିକାରୀ ହେଲେ, ଗଁଦିଆ କୋହ୍ଲା ଗ୍ରାମର ଲକ୍ଷ୍ମୀଧର ମୁର୍ମୁ(୩୧)ଓ କାଡୁ କିସ୍କୁ । ସେମାନଙ୍କ ବୟାନ ଆଧାରରେ କୋହ୍ଲା ଗ୍ରାମରେ ଚଢ଼ଉ କରାଯାଇ ଲକ୍ଷ୍ମଣ ସୋରେନ(୨୩) ନାମକ ଜଣେ ଯୁବକଙ୍କୁ କାବୁ କରିଥିଲା ବନବିଭାଗ । ସେମାନଙ୍କଠାରୁ ଗୋଟଏ ଦେଶୀ ବନ୍ଧୁକ, ପଶୁ ଶିକାର ପାଇଁ ୫୦ଟି ତାର ଫାଶ, ଗୋଟିଏ କଇଁଛ ଚମଡ଼ା, ୯ଟି ବାର୍ହା ଦାନ୍ତ, ୬ଟି ଚିତ୍ରାହରିଣ ଶିଙ୍ଗ,୩ଟି ଧନୁ, ୧୨ଟି ତୀର ଓ ଗୋଟିଏ ଚାପଡ ଜବତ କରାଯାଇଛି । ସମସ୍ତଙ୍କୁ ବନ୍ୟପ୍ରାଣୀ ଆଇନ୍ ଅନୁସାରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଜଣାପଡିଛି । ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଶିକାରୀମାନଙ୍କୁ ସାବାଡ଼୍ କରିବା ପାଇଁ ବନଖଣ୍ଡ ଅଧିକାରୀଙ୍କ ତତ୍ୱାବଧାନରେରେ ୧୮ ଜଣଙ୍କୁ ନେଇ ଏକ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons