୨ଲକ୍ଷ ଟଙ୍କାର ନକଲି ଜର୍ଦ୍ଧା ଓ ଯନ୍ତ୍ରାଂଶ ଜବତ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ): ଭଦ୍ରକ ପୌରାଞ୍ଚଳ ଅଧୀନସ୍ଥ ପୁରୁଣାବଜାର ଏବେ ନକଲି ଜର୍ଦ୍ଧା ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି । ଶନିବାର ସଂଧ୍ୟାରେ ପୁରୁଣାବଜାର ଥାନା ଅଧୀନସ୍ଥ ଛଡ଼ାକ ମହଲାର ପୁଲିସ ଚଢ଼ଉ କରି ନକଲି ଜର୍ଦ୍ଧା ଓ ଯନ୍ତ୍ରାଂଶ ଜବତ କରିଛି । ଜବତ ଜର୍ଦ୍ଧାର ମୂଲ୍ୟ ପ୍ରାୟ ୨ ଲକ୍ଷରୁ ଊଦ୍ଧ୍ୱର୍ ହେବ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ, ଛଡ଼ାକ ମହଲାରେ ନକଲି ଜର୍ଦ୍ଧା ପ୍ରସ୍ତୁତ ହେଉଥିବା ସଂପର୍କରେ ବିଶେଷସୂତ୍ରରୁ ଖବର ପାଇ ପୁରୁଣାବଜାର ଥାନା ପୁଲିସ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ପୁଲିସ ଲକ୍ଷାଧିକ ଟଙ୍କାର ବିଭିନ୍ନ କମ୍ପାନିର ନକଲି ଜର୍ଦ୍ଧା ଜବତ କରିଥିଲା । ଏଥିସହ ବହୁ ସଂଖ୍ୟକ କେବୁଲ, କେମିକାଲସ୍, ଲୋଗୋ, ପ୍ୟାକିଂ ମେସିନ, ଯନ୍ତ୍ରାଂଶ, ହଲୋଗ୍ରାମ, ଜର୍ଦ୍ଧା ପ୍ରସ୍ତୁତ ପାଇଁ ଆବଶ୍ୟକ ବହୁ ପରିମାଣର ଆପତ୍ତିଜନକ କଞ୍ଚାମାଲ ପୁଲିସ ଜବତ କରିଥିଲା । ଏହି ଘଟଣାରେ ଜଣେ ବୟସ୍କ ବ୍ୟକ୍ତିକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ତେବେ ଏହି ନକଲି କାରବାରର ଅନ୍ତଃ ଘଟିବ ନା ପୁଲିସ କେବଳ ଚଢ଼ଉ କରି ଚାଲିଥିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons