ଶ୍ରୀମନ୍ଦିର ଚୌହଦି ଅନୁଧ୍ୟାନ କଲେ ୫ଟି ସଚିବ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ): ଶ୍ରୀମନ୍ଦିର ଚୌହଦି ସୌନ୍ଦର୍ଯ୍ୟକରଣ, ଐତିହ୍ୟ ନଗରୀ ପ୍ରକଳ୍ପ ସମୂହର ଅଗ୍ରଗତି ସମ୍ପର୍କରେ ଶନିବାର ଭୋର୍ରେ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫ଟି ସଚିବ) ଭି.କେ. ପାଣ୍ଡିଆନ୍ । ତାଙ୍କ ସହ ଉନ୍ନୟନ କମିସନର ତଥା ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କି୍ରଷନ କୁମାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଏବଂ ଅବଢ଼ା ଯୋଜନା ପ୍ରକଳ୍ପ ସମୂହର ସମୀକ୍ଷା କରିଥିଲେ ।
ଶନିବାର ଏହି ବରିÂ ଅଧିକାରୀମାନେ ତିନୋଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭୋର ପାଞ୍ଚଟାରେ ୫ଟି ସଚିବ, ଉନ୍ନୟନ କମିସନର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ବଲୱନ୍ତ ସିଂ ଶ୍ରୀମନ୍ଦିର ଚୌହଦି ପରିଦର୍ଶନ କରିଥିଲେ । ପରିଦର୍ଶନ ବେଳେ ଆସନ୍ତା ୨୩ ତାରିଖରୁ ପୁନଃ ଆରମ୍ଭ ହେଉଥିବା ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା କିଭଳି ହେବ ଏବଂ ଶ୍ରୀମନ୍ଦିର ଚୌହଦି ସୌନ୍ଦର୍ଯ୍ୟକରଣ ପରିକଳ୍ପନାର ଜମି ଅଧିଗ୍ରହଣ ଏବଂ ପ୍ରକଳ୍ପ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ବିଶେଷ କରି ଶ୍ରୀମନ୍ଦିର ଚୌହଦିର ୭୫ ମିଟର ସୀମାରେ ୨୦ ମିଟର ପ୍ରସ୍ଥ ବାହାର ପରିକ୍ରମା ମାର୍ଗ ନିର୍ମାଣ ଟେଣ୍ଡର ଚୂଡ଼ାନ୍ତ ହୋଇଥିବାରୁ ଏହି ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ ।
ଶ୍ରୀମନ୍ଦିର ଚୌହଦି ପରିକ୍ରମା ପରେ ଶ୍ରୀ ପାଣ୍ଡିଆନ୍ ସକାଳ ୬ଟା ୧୦ ମିନିଟରେ ଭୁବନେଶ୍ୱର ଫେରିଥିଲେ । ଏହା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ସୁରେଶ ମହାପାତ୍ର ଶ୍ରୀମନ୍ଦିର ଭିତରେ ଭକ୍ତମାନଙ୍କ ପାଇଁ ପ୍ରସ୍ତାବିତ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଶ୍ରୀମନ୍ଦିର ଭିତରେ ଏହି ଦର୍ଶନ ବ୍ୟବସ୍ଥା, ଧାଡ଼ି ଦର୍ଶନ, କୋଭିଡ୍ କଟକଣା ଅନୁପାଳନ, ଭକ୍ତଙ୍କ ସୁରକ୍ଷା ଆଦିର ରୂପରେଖ କ’ଣ ହେବ ସେ ସମ୍ପର୍କରେ ଜିଲ୍ଲାପାଳ, ଏସ୍ପିଙ୍କ ସମେତ ସେବାୟତଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ଉନ୍ନୟନ କମିସନର ଭୁବନେଶ୍ୱର ଫେରିଥିଲେ ।
ଶନିବାର ତୃତୀୟ ଦଫାର କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଶ୍ୱେତଗଙ୍ଗା, ମାର୍କଣ୍ଡେୟ, ନରେନ୍ଦ୍ର ଆଦି ତୀର୍ଥ ପୁଷ୍କରିଣୀ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପରିଦର୍ଶନ କରିବା ସହ ମାଟିଆପଡ଼ାରେ ସେବାୟତଙ୍କ ପାଇଁ ଘର ନିର୍ମାଣ ନିମନ୍ତେ ଚିହ୍ନଟ ଜମି, ସେବାୟତ ପରିବାର ପିଲାଙ୍କ ପାଠପଢ଼ା ପାଇଁ ପ୍ରସ୍ତାବିତ ଗୁରୁକୂଳ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ । ଭକ୍ତଙ୍କ ପାଇଁ କମ୍ ଦାମ୍ରେ ରହଣି ନିମନ୍ତେ ବାସେଳି ସାହି ଥାନା କଡ଼ରେ ଚିହ୍ନଟ ଜମିକୁ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ବେଳେ ଜିଲ୍ଲାପାଳ, ଏସ୍ପି ଉପସ୍ଥିତ ଥିଲେ । ଏହା ପରେ ସେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ପୁରୀରେ କାର୍ଯ୍ୟକାରୀ ହେଉଥିବା ଅବଢ଼ା ଯୋଜନାର ବିଭିନ୍ନ ପ୍ରକଳ୍ପ ଅଗ୍ରଗତି ନେଇ ବିଭାଗୀୟ ଅଫିସରଙ୍କ ସହ ସମୀକ୍ଷା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons