ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୧୫୦ରୁ ଅଧିକ ଦିନରେ ପୁଲିସ ଯାହା କରିପାରି ନ ଥିଲା ତାହାକୁ ମାତ୍ର ୧୭ ଦିନରେ କରି ଦେଖାଇଲା ଏସ୍ଆଇଟି । ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ବହୁଚର୍ଚ୍ଚିତ ୫ ବର୍ଷର ଶିଶୁକନ୍ୟା ଅମୃତାସ୍ନେହା ସାହୁ (ପରୀ) ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଏସ୍ଆଇଟି ଗିରଫ କରିଛି । ହତ୍ୟାକାରୀ ହେଉଛନ୍ତି ସେହି ଗାଁର ସରୋଜ ସେଠୀ (୧୮) ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ସରୋଜ ପରୀକୁ ବଳାକ୍ରାର ପରେ ତଣ୍ଟିଚିପି ହତ୍ୟା କରିଛି । ପ୍ରମାଣ ନଷ୍ଟ କରିବା ପାଇଁ ସବୁ ଉଦ୍ୟମ ବି କରିଛି ।
ଅଭିଯୁକ୍ତ ନାଁରେ ଆଇପିସି ଧାରା ୩୬୩ (ଅପହରଣ), ୩୦୨ (ହତ୍ୟା), ୩୭୬-ଏ, ୨୦୧ (ଅପରାଧୀକୁ ରକ୍ଷା କରିବା ନିମନ୍ତେ ଅପରାଧର ପ୍ରମାଣ ନଷ୍ଟ କରିବା ଓ ସେଥିପାଇଁ ମିଥ୍ୟା ଖବର ଦେବା) ଦଫା, ସେକ୍ସନ୍-୬ ପକ୍ସୋ ଆକ୍ଟ ଲାଗିଛି । ଆସନ୍ତାକାଲି ସରୋଜକୁ ନୟାଗଡ଼ ପକ୍ସୋ କୋର୍ଟରେ ହାଜର କରାଯିବ ।
ଗତ ଜୁଲାଇ ୧୪ ତାରିଖରେ ପରୀ ନିଜ ଘର ନିକଟରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲା । ପରିବାର ଲୋକ ବହୁ ଖୋଜାଖୋଜି କରି ନ ପାଇବାରୁ ୧୫ ତାରିଖରେ ନୟାଗଡ଼ ସଦର ଥାନାରେ ଏତଲା ଦେଲେ । ପୁଲିସ୍ ଘଟଣାକୁ ହାଲୁକା ଭାବେ ନେଇଥିଲା । ଜୁଲାଇ ୨୩ ତାରିଖରେ ଘର ପଛରେ ଥିବା ପୋଖରୀ ପାଖରୁ ଏକ ଅଖା ଭିତରେ ମିଳିଲା ପରୀର ଗଳିତ ଶବ ଓ ଡ୍ରେସ୍ । ଏହା ପରେ ବି ନୟାଗଡ଼ ଥାନା ପୁଲିସ୍ ଘଟଣାକୁ ଗୁରୁତ୍ୱ ନ ଦେଇନଥିଲା । ପରୀର ବାପା ଅଶୋକ ସାହୁ ଓ ମା’ ସୌଦାମିନୀ ନିରାଶ ହୋଇ ଗତ ନଭେମ୍ବର ୨୪ ତାରିଖରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ । ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା ।
ଏହାପରେ ରାଜ୍ୟ ସରକାର ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିଥିଲେ । ଚଳିତ ମାସ ୩ ତାରିଖରେ ଆରମ୍ଭ ହେଲା ପରୀ ମୃତୁ୍ୟର ସାନି ତଦନ୍ତ । ବରିÂ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସ୍ଆଇଟିର ୫ ଜଣ ଅଧିକାରୀ ଆରମ୍ଭ କରିଥିଲେ ତନାଘନା । ୧୭ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ଏସ୍ଆଇଟିକୁ ମିଳିଛି ସଫଳତା । ଏସ୍ଆଇଟି ପ୍ରମାଣ ପାଇଛି ପରୀ ଘର ବାହାରେ ଖେଳୁଥିବା ସମୟରେ ଅଭିଯୁକ୍ତ ସରୋଜ ତାକୁ ଚକୋଲେଟ୍ ପ୍ରଲୋଭନ ଦେଖାଇ ନେଇ ଯାଇଥିଲା । ନିଛାଟିଆ ସ୍ଥାନରେ ବଳାକ୍ରାର କରିବା ପରେ ହତ୍ୟା କରିଥିଲା । ପରୀ ପିନ୍ଧିଥିବା ଫ୍ରକ୍କୁ ତା ମୁଣ୍ଡରେ ଓ ମୁହଁରେ ଗୁଡ଼ାଇ ତଣ୍ଟି ଚିପି ହତ୍ୟା କରିଥିଲା ।
ପରେ ମୃତଦେହକୁ ଏକ ଅଖାରେ ପୂରାଇ ପ୍ରମାଣ ନଷ୍ଟ କରିବାକୁ ସବୁ ଯୋଜନା କରିଥିଲା ହତ୍ୟାକାରୀ ସରୋଜ । ୮ ଦିନ ମୃତଦେହକୁ ଲୁଚାଇ ରଖିଥିଲା । ଜୁଲାଇ ୨୩ରେ ପରୀର ଘର ବାରିପଟେ ଗଳିତ ଶବ ଓ ଡ୍ରେସ୍କୁ ଏକ ଅଖାରେ ଫିଙ୍ଗି ଦେଇଥିଲା । ବସ୍ତା ମିଳିବା ପରେ ଚହଳ ପଡ଼ିଥିଲା । ନୟାଗଡ଼ ପୁଲିସ୍ ଏଥିରେ କିଛି ଖିଅ ପାଇ ନଥିଲା ।
ଏସ୍ଆଇଟି ତଦନ୍ତ କରି ଜାଣିବାକୁ ପାଇଥିଲା ପରୀର ପୋଷାକ ଏବଂ ଅଖାବସ୍ତାରେ ସିମେନ୍ ଦାଗ ଲାଗିଛି । ତାକୁ ନେଇ ଖୋଳତାଡ଼ ହୋଇଥିଲା । ପରୀକୁ ଶେଷ ଥର ପାଇଁ କିଏ ଦେଖିଥିଲା? ଆଉ କାହା ସହ ଦେଖିଥିଲା? ଏହି ୨ଟି ପ୍ରଶ୍ନର ଉତ୍ତର ଖୋଜିଥିଲା ତଦନ୍ତକାରୀ ଟିମ୍ । ଗ୍ରାମର ୧୦୦ରୁ ଅଧିକ ଲୋକଙ୍କୁ ରକ୍ତନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ଯଦୁପୁରର ସବୁ ଲୋକଙ୍କ ପ୍ରୋଫାଇଲିଂ ମଧ୍ୟ କରାଯାଇଥିଲା । ପରେ ଧୀରେ ଧୀରେ ସବୁ କଥା ପଦାକୁ ଆସିଥିଲା ।
ଏସ୍ଆଇଟି ହତ୍ୟାକାରୀ ସରୋଜ ପାଖରେ ପହଞ୍ଚି ଯାଇଥିଲା । ତା’ପରେ ପ୍ରମାଣ ଯୋଗାଡ଼ କରିଥିଲା । ଅଭିଯୁକ୍ତର ଡିଏନ୍ଏ ଟେଷ୍ଟ କରାଯାଇଥିଲା । ଏହି ସମୟରେ ସବୁ ସ୍ପଷ୍ଟ ହୋଇଯାଇଥିଲା । ପରେ ଅଭିଯୁକ୍ତ ନିଜେ ତାର ଅପରାଧ ବିଷୟରେ ସବୁ ବଖାଣିଥିଲା । ଯାହାର ଭିଡିଓ ରେକର୍ଡିଂ କରିଛି ଏସ୍ଆଇଟି । ସୋମବାର ଏସ୍ଆଇଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ଦିଆଯିବ ବୋଲି ଜଣାପଡ଼ିଛି ।


Comments are closed, but trackbacks and pingbacks are open.