ଅଣ୍ଡିରା ହାତୀ ଶାବକର ମୃତୁ୍ୟ

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ): ଅନୁଗୁଳ ବ୍ଲକ୍ ତଥା ସାତକୋଶିଆ ଅଭୟାରଣ୍ୟରୁ ରବିବାର ଏକ ଅଣ୍ଡିରା ହାତୀ ଶାବକର ମୃତଦେହ ଉଦ୍ଧାର କରିଛି ବନବିଭାଗ । ପମ୍ପାସର୍ ରେଞ୍ଜ୍ ଟାଇଁସି ସଂରକ୍ଷିତ ଜଙ୍ଗଲର କୁମୁରୀ ବିଟ୍ ନୂଆପଡ଼ା ଆମ୍ବତଇଳା ପାହାଡ଼ରେ ହାତୀଛୁଆ ମରି ପଡ଼ିଥିବା ସୂଚନା ପାଇ ବନବିଭାଗର ପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ମୃତ ହାତୀଛୁଆର ବୟସ ୬ ମାସରୁ ଏକ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଇଛି । ତିନି ଚାରି ଦିନ ପୂର୍ବରୁ ହାତୀଛୁଆ ମରିପଡ଼ିଥିବା ବେଳେ ଶରୀରର କେତେକ ସ୍ଥାନରେ ପୋକ ହୋଇଯାଇଥିବା ଜଣାପଡ଼ିଛି । ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ରାମସ୍ୱାମୀ ପି., ଏସିଏଫ୍ ଶୁଭେନ୍ଦୁ ବେହେରା ଓ ସରୋଜ ପଣ୍ଡା, ପମ୍ପାସର ରେଞ୍ଜ ଅଧିକାରୀ ସୁଦୀପ୍ତା ମହାପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଅପରାହ୍ଣରେ ସାତକୋଶିଆ କ୍ଷେତ୍ର ନିଦେ୍ର୍ଧଶକ ତଥା ଆର୍ସିସିଏଫ୍ ପ୍ରକାଶ ରାଜ କରାଟଙ୍କ ଉପସ୍ଥିତିରେ ସାତକୋଶିଆ ପ୍ରାଣୀ ଚିକିତ୍ସକ କିଶୋର ସାହୁଙ୍କ ଦ୍ୱାରା ଶବ ବ୍ୟବଚ୍ଛେଦ ହୋଇଥିଲା । ହାତୀଛୁଆ ପାଟିରେ କ୍ଷତ ସୃଷ୍ଟି ହୋଇଥିବା ଦେଖାଯାଇଥିଲା । କ୍ଷତ ସ୍ଥାନରେ ପୋକ ହୋଇଯାଇଥିଲା । ଏଥିଲାଗି ଖାଦ୍ୟ ଗ୍ରହଣ କରିପାରିନଥିଲା ହାତୀ ଶାବକ । ଏହା ହିଁ ମୃତୁ୍ୟର କାରଣ ହୋଇଥିବା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ବ୍ୟବଚ୍ଛେଦ ପରେ ଜଙ୍ଗଲରେ ମୃତଦେହ ପୋତି ଦିଆଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons