ଧକ୍କା ମାରିଲା ଟ୍ରେନ: ଠିକାଦାର ସୁପର ଭାଇଜର ୩ ଗଡ଼

Get real time updates directly on you device, subscribe now.

ରାଇରଙ୍ଗପୁର,(ବି.ବି.ନୁ୍ୟଜ): ଟ୍ରେନ୍ ଲାଇନ୍ରେ ମୋବାଇଲ୍ ଧରି କଥା ହେଉଥିଲେ । କାନରେ ଇୟର୍ ଫୋନ୍ ଲାଗିଥିବାରୁ କିଛି ଶୁଭୁ ନ ଥିଲା । ଏହି ସମୟରେ ମାଲ୍ବାହୀ ଟ୍ରେନ୍ ଶକ୍ତ ଧକ୍କା ଦେବାରୁ ୩ ଗଡ଼ ହୋଇଯାଇଛନ୍ତି ଜଣେ ଠିକାଦାର ସୁପର ଭାଇଜର୍ । ତାଙ୍କ ନାଁ ଅଙ୍କିତ କୁମାର ମିଶ୍ର(୫୨) । ଘର ପଡେ଼ାଶୀ ଝାଡ଼ଖଣ୍ଡ ରାଜ୍ୟର ଖରସୁଆରେ । ବାଦାମପାହାଡ଼ ଥାନା ଛନୁଆ ରେଳ ଷ୍ଟେସନ ନିକଟରେ ଆଜି ମଧ୍ୟାହ୍ନ ୧୨ଟାରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁଯାୟୀ ଟାଟା ବାଦାମପାହାଡ଼ ଭାୟା ଗୋରୁମହିଷାଣୀ ଟ୍ରେନ୍ ଲାଇନ୍ ସମ୍ପ୍ରସାରଣ କାମ ଚାଲୁ ରହିଛି । ଏହି କାମର ତଦାରଖ କରୁଥିଲେ ସୁପର ଭାଇଜର ଅଙ୍କିତ । କାନରେ ଇୟର୍ ଫୋନ୍ ଲଗାଇ ଲାଇନ୍ ଉପରେ ମୋବାଇଲ୍ରେ କଥା ହୋଇ ଚାଲିଚାଲି ଯାଉଥିଲେ । ଠିକ୍ ଏତିକିବେଳେ ବାଦାମପାହାଡ଼ ଲୁହାପଥର ଖଣିରୁ ଲୁହାପଥର ବୋଝେଇ ମାଲ୍ବାହୀ ଟ୍ରେନ୍ ଉକ୍ତ ଲାଇନ୍ରେ ଟାଟା ଅଭିମୁଖେ ଯାଉଥିଲା । ଲାଇନ୍ରେ ଥିବା ଅଙ୍କିତଙ୍କୁ ଛନୁଆ ଷ୍ଟେସନଠାରେ ଧକ୍କା ଦେଇଥିଲା । ଏଥିରେ ଅଙ୍କିତଙ୍କ ଶରୀର ୩ ଖଣ୍ଡ ହୋଇଯାଇଥିଲା । ଉକ୍ତ ରେଳ ଲାଇନ ଦକ୍ଷିଣ ପୂର୍ବ ରେଳ ଡିଭିଜନ ଚକ୍ରଧରପୁର ଅଧୀନରେ ରହିଛି । ଓଡ଼ିଶା ଭାଗରେ ଥିବା ରେଳ ଲାଇନ ରାଉରକେଲା ରେଳ ପୁଲିସ ଅଧୀନରେ ଅଛି । ଏହାର ଏକ ଫାଣ୍ଡି ବହଳଦାରୋଡ଼ ଝରାଡ଼ି ଷ୍ଟେସନଠାରେ ରହିଛି । ମାତ୍ର ସମସ୍ତ କର୍ମଚାରୀ ରାଉରକେଲାରେ ରହୁଛନ୍ତି । ଲାଇନ୍ରେ ପଡ଼ିଥିବା ଶବ ରାତି ସୁଦ୍ଧା ଉଦ୍ଧାର ହୋଇପାରି ନାହିଁ । ଏହି ସମୟରେ ପୁଣି ଥରେ ମାଲ୍ବାହୀ ଟ୍ରେନ୍ ବାଦାମପାହାଡ଼ ଯାଉଥିବା ବେଳେ ଶବ ନ ଉଠିବା ଯାଏ ଉକ୍ତ ଲାଇନରେ ମାଲଗାଡ଼ି ଯାଇପାରିବ ନାହିଁ ବୋଲି ସ୍ଥାନୀୟ ଛନୁଆ ଅଞ୍ଚଳର ଲୋକେ ଦାବି କରିଛନ୍ତି । ମାଲଗାଡ଼ି ଅଟକି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons