ଭଣ୍ଡାରିପୋଖରୀ,(ବି.ବି.ନୁ୍ୟଜ): ଆଈଙ୍କୁ ଶୋଇଥିବା ବେଳେ ତାଙ୍କ ନାତୁଣୀ ହତ୍ୟା କରିଛି । ହତ୍ୟା ପରେ ବିଳମ୍ବିତ ରାତିରେ ଉଠି ଭୋ ଭୋ ହୋଇ ନାତୁଣୀ ଜଣକ କାନ୍ଦିଛନ୍ତି । ପରେ ଏହି ଘଟଣା ପ୍ରଘଟ ହୋଇଛି । ନାତୁଣୀଙ୍କ ଏଭଳି କାଣ୍ଡ ବିରୋଧରେ ତାଙ୍କ ମାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ନାବାଳିକା ନାତୁଣୀଙ୍କୁ ଅଟକ ରଖିଛି । ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗ୍ରାମର ଦାସସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଦୁଃଖଦ ଘଟଣା ଘଟିଛି ।
୬୫ ବର୍ଷୀୟ ଶଶୀ ଦାସ । ଶୁକ୍ରବାର ବିଳମ୍ବିତ ରାତ୍ରରେ ୧୬ ବର୍ଷୀୟ ନାତୁଣୀ ସହ ଶୋଇଥିଲେ । କୌଣସି କାରଣରୁ ହେମଦସ୍ତା ବାଡ଼ିରେ ନାତୁଣୀ ଆଈଙ୍କ ମୁଣ୍ଡକୁ ପିଟି ହତ୍ୟା କରିଥଇବା ଥାନାରେ ଅଭିଯୋଗ ହୋଇଛି । ସମ୍ପୃକ୍ତ ନାତୁଣୀ ଜଣକ ଜଣକ ମାନସିକ ଅନଗ୍ରସର ବୋଲି ଜଣାପଡ଼ିଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଂପୃକ୍ତ ନାବାଳିକା ମୃତ ମହିଳାଙ୍କ ଝିଅର ଝିଅ । ତାଙ୍କ ଘର କେନ୍ଦ୍ରପଡ଼ା ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ଶ୍ୟାମସୁନ୍ଦରପୁର ଗ୍ରାମରେ । ନାବାଳିକା ଜଣକ ଗତ ଏକ ମାସ ଧରି ଆଈ ଘରକୁ ଆସି ରହୁଥିଲା । ମାନସିକ ଅନଗ୍ରସରତା ହେତୁ ତାଙ୍କ ଆଚରଣ ବିଭିନ୍ନ ସମୟରେ ଅସ୍ୱାଭାବିକ ଥିଲା । ଶୁକ୍ରବାର ରାତ୍ର ପ୍ରାୟ ଦୁଇଟା ବେଳେ ନାବାଳିକା ଚି+ାର କରି କାନ୍ଦିବାରୁ ମାଇଁ ଉଠି କାରଣ ପଚାରିଥିଲେ । ନାବାଳିକା ଆଈ ସହ ଝଗଡ଼ା କରି ଏଭଳି କାଣ୍ଡ ଭିଆଇଛି ବୋଲି କହି ସମସ୍ତ ଘଟଣା ପ୍ରକାଶ କରିଥିଲା । ଶାଶୂ ମୃତ ଥିବା ଦେଖି ବୋହୂ ପୂଜାରାଣୀ ଗ୍ରାମବାସୀଙ୍କୁ ଜଣାଇଥିଲା । ସୂଚନା ପାଇ ପୁଲିସ ରାତ୍ରରେ ପହଞ୍ଚି ନାବାଳିକାକୁ ହେପାଜତକୁ ନେବା ସହ ଶବ ଜବତ କରିଥିଲା । ଏଥିସହ ହେମଦସ୍ତା ପୁଆ ଓ ମୋବାଇଲ ଜବତ କରିଥିଲା । ମୃତକର ପୁଅ ଅନୁପସ୍ଥିତିରେ ବୋହୂ ପୂଜାରାଣୀ ଦାସ ଶନିବାର ସକାଳେ ଥାନାରେ ଅଭିଯୋଗ କରିଥିଲା । ଅଭିଯୋଗ ଆଧାରରେ ପୁଲିସ ୨୬୬/୨୦ନଂ ହତ୍ୟା ମାମଲା ଋଜୁ କରି ଶବ ବ୍ୟବଚ୍ଛେଦ କରିଥିଲା । ପୁଲିସ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ଘଟଣାର ଛାନ୍ଭିନ୍ କରିଛି । ନାବାଳିକାଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଥିବା ଜଣାଯାଇଛି ।
Comments are closed, but trackbacks and pingbacks are open.